ପିରିପୁର ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋସବ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ପିରିପୁର ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋସôବ ପ୍ରଧାନଶିକ୍ଷୟତ୍ରୀ ଗୀତାରାଣୀ ଶଙ୍ଖୁଆଙ୍କ ପୌରହିତ୍ୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟ ଅତିଥି ଭାବେ ଉସôବ ଉଦଘାଟନ କରିଥିଲେ । ପୁରୋହିତ ଜଗବନ୍ଧୁ ପଣ୍ଡା ଶ୍ଳୋକ ଆବୃତ୍ତି କରିଥିଲେ । ଅବସରପ୍ରାପ୍ତ ଶିକ୍ଷାସଂଯୋଜକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ମୁଖ୍ୟବକ୍ତା, ଗୋଷ୍ଠୀ ଶିକ୍ଷା ସଂଯୋଜକ ଅକ୍ଷୟ ଜେନା, ଏବିଇଓ ଉମେଷ ଯେନା, ମଞ୍ଜୁଳା ନାୟକ, ଶିକ୍ଷା ସଂଯୋଜକ ବିଶ୍ୱରଞ୍ଜନ ଶେଣ୍ଢ, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁ, କାଶୀନାଥ ପତି, କବି ସନ୍ତୋଷ କୁମାର ସାହୁ, ସାହିତି୍ୟକ ଘନଶ୍ୟାମ ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଶ ଦାସ, ମାର୍କଣ୍ଡ ସାହୁ, ଶରତ ଚନ୍ଦ୍ର କୁଣ୍ଡୁ, ସନ୍ତୋଷ ପଣ୍ଡା, ପ୍ରମିଳା ପରିଡା, ନିରଞ୍ଜନ ବଳ, ଲକ୍ଷ୍ମୀଧର ସାହୁ, ଏସ.ଏମ.ସି. ଉପାଧ୍ୟକ୍ଷା ସନ୍ତୋଷୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ପ୍ରତିଭାର ଉନ୍ମେଷ ଓ ବିକାଶ ଦିଗରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତରଖିଥିଲେ । ଶିକ୍ଷକ ମାୟାଧର ଦାଶ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଗଣେଶ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।