ପୁରୀ ଗଲେ ଏନଡିଆରଏଫ ଟିମ
ବାରଙ୍ଗ : ଚଳିତବର୍ଷ ପୁରୀ ରଥଯାତ୍ରାରେ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ପୁରୀକୁ ବାରଙ୍ଗ ମୁଣ୍ଡଳୀ ଏନଡିଆରଏଫ ୩ୟ ବାହିନୀର ଗୋଟିଏ ୫୦ ଜଣିଆ ଦଳ ଗସ୍ତ କରିଛନ୍ତି । ଡେପୁଟି କମାଣ୍ଡାଣ୍ଟ ନବୀନ ସିଂ ରାଣାଙ୍କ ନେତୃତ୍ୱରେ ଏହି ଦଳ ପୁରୀରେ ନିୟୋଜିତ ହୋଇଛନ୍ତି । ଏଥିସହ ଇନ୍ସପେକ୍ଟର ଏନ.କେ ପ୍ରଧାନ ଓ ଅଭିଜିତ ସାହୁ ମଧ୍ୟ ନିୟୋଜିତ ହୋଇଛନ୍ତି । ଜୈବିକ, ଆଣବିକ, ରାସାୟନିକ, ଆଦି ଅପରେସନର ଏବଂ ପାଣିରୁ ଉଦ୍ଧାର ଅପରେସନରେ ଏହି ଟିମ୍ ନିୟୋଜିତ ହୋଇଛନ୍ତି । ଆବଶ୍ୟକ ସ୍ଥଳରେ ଆହୁରି ଯବାନ ପୁରୀ ଯିବେ ବୋଲି ସୂଚନା ମିଳିଛି ।