ବାଇପାସ ପାଇଁ ମିଳିତ ସର୍ଭେ
ଚମ୍ପୁଆ : ଚମ୍ପୁଆ ସଦର ମହକୁମାରେ ଦିନକୁଦିନ ବଢୁ ଥିବା ଜନସଂଖ୍ୟା, ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ତଥା ଏହା ଏକ ସଦରମହକୁମା ହୋଇଥିବାରୁ ଦିନଦକୁଦିନ ଜନ ଗହଳି ବଢୁଥିବା ବେଳେ ଚମ୍ପୁଆ ବାସୀଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଭାରି ଜାନ ଚଳାଚଳ ନିମନ୍ତେ ବାଇପାସ ନିର୍ମାଣ କରିବାକୁ ଦାବି ହୋଇଆସୁଥିଲା । ଏପରିକି ରିମୁଳିରୁ ଚମ୍ପୁଆ ଦେଇ ଝାଡଖଣ୍ଡ ଯାଇଥିବା ଜାତୀୟ ରାଜପଥ ନମ୍ବର ୨୦ ରେ ଭାରି ଯାନ ଚଳାଚଳ ଯୋଗୁଁ ଉପୁଜୁଥିବା ଟ୍ରାଫିକ ସମସ୍ୟା ଓ ଯାନବାହାନ ଦ୍ୱାରା ନିୟମିତ ଭାବେ ଘଟୁ ଥିବା ଦୁର୍ଘଟଣାକୁ ଏଡାଇବା ପାଇଁ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସଂଗଠନ ପକ୍ଷରୁ ବାଇପାସ ନିର୍ମାଣ ନିମନ୍ତେ ଉଦବେଗ ପ୍ରକାଶ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡାଙ୍କ ଉପସ୍ଥିତିରେ ଝାଡଖଣ୍ଡ ରାଜ୍ୟ ସହକାରୀ ଯନ୍ତ୍ରୀ ଦିନେଶ କୁମାର ରାମ, ଯନ୍ତ୍ରୀ ସୁବଧ କୁମାରଙ୍କ ସହିତ ଓଡିଶା ଜାତୀୟ ରାଜପଥ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଶନ୍ନ କୁମାର ସେଠୀ, ଯନ୍ତ୍ରୀ ରଜନିକାନ୍ତ ମୁନା, ସହକାରୀ ଯନ୍ତ୍ରୀ ପ୍ରହଲାଦ ମୁଣ୍ଡା ପ୍ରମୁଖ ମିଳିତ ଭାବେ ବାଇପାସ ରାସ୍ତାକୁ ନେଇ ସର୍ଭେ କରିବା ସହିତ କେଉଁଠୁ ଓ କିପରି ଏହି ଜାତୀୟ ରାଜପଥ ବାଇପାସ କାମ କରାଯାଇପାରିବ ଏ ନେଇ ତଦାରଖ କରିଥିବା ବେଳେ ଉପଜିଲାପାଳଙ୍କ ସହ ଆଲୋଚନା କରିଥିଲେ ।