ପୁଲିସର ନାଇଟ୍ ବ୍ଲକିଂ,ଚେକିଂର ଗୁମର - ଗୋଟିଏ ଷ୍ଟ୍ରକୁ ଫୁଙ୍କୁଛନ୍ତି ଏକାଧିକ ମଦୁଆ

ପୁଲିସର ନାଇଟ୍ ବ୍ଲକିଂ,ଚେକିଂର ଗୁମର - ଗୋଟିଏ ଷ୍ଟ୍ରକୁ ଫୁଙ୍କୁଛନ୍ତି ଏକାଧିକ ମଦୁଆ

  • ଭୁବନେଶ୍ୱର, ୬ା୯ : ଗତ କିଛି ମାସ ହେବ ରାଜଧାନୀରେ ପୁଲିସର ନାଇଟ୍ ବ୍ଲକିଂ ଏବଂ ଚେକିଂ ଦେଖିବାକୁ ମିଳୁଛି । କିନ୍ତୁ ତାହା ଏବେ ନାମକୁ ମାତ୍ର ବୋଲି କୁହାଯାଉଛି । କାରଣ ପୁଲିସ ବ୍ଲକିଂ କରୁଥିଲେ ମଧ୍ୟ ମଦୁଆମାନେ ପୁଲିସକୁ ପାଠ ପଢାଉଛନ୍ତି । ପୁଲିସ ନିକଟରେ ଆବଶ୍ୟକୀୟ ବ୍ରେଥ୍ ଆନାଲାଇଜର ଏବଂ ଷ୍ଟ୍ରର ଅଭାବ ଥିବାରୁ ଏଭଳି ଦେଖିବାକୁ ମିଳୁଛି । ରାଜଧାନୀରେ ଥିବା ସବୁ ଥାନାକୁ ଦୁଇଟି ଲେଖାଏ ବ୍ରେଥ୍ ଆନାଲାଇଜର ଦିଆଯାଇଛି । ଗୋଟିଏ ଥାନା ଅଞ୍ଚଳ ପୁଲିସ ପକ୍ଷରୁ ଦୁଇରୁ ଅଧିକ ସ୍ଥାନରେ ବ୍ଲକିଂ ଏବଂ ଚେକିଂ ହେଉଛି । ଥାନାରେ ଦୁଇଟି ବ୍ରେଥ୍ ଆନାଲାଇଜର ଥିବାରୁ ଦୁଇଟି ସ୍ଥାନକୁ ମଦୁଆ ଚେକିଂ ପାଇଁ ଯାଇପାରୁଥିବା ବେଳେ, ବାକି ସ୍ଥାନକୁ ବ୍ରେଥ୍ ଆନାଲାଇଜର ଯାଇ ପାରୁନି । ଯେଉଁଥି ପାଇଁ ବାକି ବ୍ଲକିଂ ସ୍ଥାନରେ ସମସ୍ୟା ଦେଖା ଦେଉଛି । ପୁଲିସ ନିକଟରେ ବ୍ରେଥ୍ ଆନାଲାଇଜର ନଥିବାରୁ ସେମାନେ ଅନେକ ଲୋକ ମଦ ପିଇଥିବା ଜାଣିଲେ ମଧ୍ୟ ଛାଡ଼ି ଦେଉଛନ୍ତି । ଯାହାଫଳରେ ମଦୁଆମାନଙ୍କର ରାଜଧାନୀ ଉତ୍ପାତ ଦେଖିବାକୁ ମିଳୁଛି । 
     ସବୁଦିନ ଅନେକ ଥାନା ଅଞ୍ଚଳରେ ମଦୁଆ ଧରା ଅଭିଯାନ କରାଯାଉଛି । ପୁଲିସ ରାସ୍ତାରେ ଜଗି ରହି ବ୍ଲକିଂ ଏବଂ ଚେକିଂ କରୁଛି । ପୁଲିସ ମଦୁଆଙ୍କୁ ଧରି ବ୍ରେଥ୍ ଆନାଲାଇଜରରେ ମାପିବା ପରେ ଆଲକ୍ହଲ ବାହାରିବା ପ୍ରମାଣ ମିଳିବା ପରେ ପୁଲିସ ବାଇକ୍ ଜବତ କରିବା ସହ ମାମଲା ରୁଜୁ କରୁଛି । ଏପରିକି କୋର୍ଟରୁ ମଦୁଆ ଚାଳକ ମୋଟା ରକମର ଜୋରିମାନା ଦେଇ ଆସୁଥିବାରୁ ବାଧୁଛି । ତେଣୁ ଯଦି କୌଣସି ବ୍ଲକିଂ ସମୟରେ ଧରାପଡ଼ି ଯାଉଛନ୍ତି । ସେଠାରେ  ଛାତିକୁ ମାଡ଼ିବସି ଧରି ପୋଡିବା ବାହାନା କରୁଛନ୍ତି । ଯେପରି ସେମାନେ ହୃଦଘାତର ଶିକାର ହେଲେ । ପୁଲିସ ଭୟରେ ଜାଣିଶୁଣି ତାଙ୍କୁ ଛାଡି ଦେଉଛନ୍ତି । ପୁଲିସ ଉକ୍ତ ଲୋକକୁ ଧରି ନେଇ ଥାନାକୁ ଗଲେ ସେଠାରେ ଯଦି କିଛି ଅଘଟଣ ଘଟିବ, ତେବେ ପୁଲିସ ଏଥି ପାଇଁ ଫସିଯିବ । ଯେଉଁଥି ପାଇଁ ପୁଲିସ ଥାନାକୁ ନେବାକୁ ଚାହୁଁନି । ପୁଲିସର ଏହି ଡ୍ରଙ୍କନ୍ ଡ୍ରାଇଭ୍ ଅଭିଯାନ  ସିପି ଏବଂ ଡିସିପିଙ୍କ ନିଦେ୍ର୍ଦଶରେ ସହରସାରା କରାଯାଉଛି । କିନ୍ତୁ ବ୍ଲକିଂରେ ଥିବା ପୁଲିସ ଅଧିକାରୀମାନେ କେବଳ ନାମକୁ ମାତ୍ର ଜଗୁଛନ୍ତି । ସେମାନେ ରିଜର୍ଭ ପିଲାଙ୍କୁ ବାଡି ଧରି ଛିଡ଼ା କରି ଦେଉଥିବା ବେଳେ, ଥାନାର ଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ବସି ରହୁଛନ୍ତି । କୌଣସି ଉର୍ଚ୍ଚ ଅଧିକାରୀ ଆସିବା ଦେଖି ସେମାନେ ସଜାଗ ହୋଇ ଚେକିଂ କରୁଥିବା ଦେଖିବାକୁ ମିଳୁଛି ।  ଅଧିକାରୀ ନଆସିଲେ ସେମାନେ କେବଳ ଛିଡ଼ା ହୋଇ ରାତି ୩ଟାରେ ପଳାଇଯାଉଛନ୍ତି । ଅନେକ ସମୟରେ ମଦୁଆଙ୍କ ଗାଡି ଚଳା ଭୟରେ ଅନେକ  ପୁଲିସ କର୍ମଚାରୀ ବ୍ଲକିଂକୁ ଠିକ୍ ଭାବେ କରୁନାହାନ୍ତି । ସବୁଦିନ ପରି ଗତକାଲି ରାତିରେ ରାଜଧାନୀର ବିଭିନ୍ନ ଥାନା ପୁଲିସ ୫୦ ଜଣ ମଦୁଆଙ୍କୁ ଚେକିଂ ସମୟରେ କାବୁ କରି ସେମାନଙ୍କୁ ଥାନା ମାନଙ୍କରେ ଅଟକ ରଖିବା ସହ ସେମାନଙ୍କ ଠାରୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।