ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ
କାକଟପୁର : ପୂର୍ବତନ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ୧ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ତଥା ବରିଷ୍ଠ ବିଜେଡି ନେତାପିତାମହ ଭୀଷ୍ମ ମାୟାଧର ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଛି । ୭୭ ବର୍ଷ ବୟସରେ ଝାରିଆସ୍ଥିତ ବାସଭବନରେ ପରଲୋକ ଘଟିଛି । ମୁର୍ତୁ୍ୟ ଶଯ୍ୟା ନିକଟରେ ବଡ଼ ପୁଅ ଅମୁଲ୍ୟ, କନିଷ୍ଠ ପୁତ୍ର ଇଂ. ଅମୀୟ, ପୁତ୍ରବଧୂ, ଝିଅ ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ । କାକଟପୁର ଏବଂ ଅସ୍ତରଙ୍ଗ ଅଞ୍ଚର ବିଭିନ୍ନ ରାଜନୈତିକ ବ୍ୟକ୍ତିତ୍ୱ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବ୍ୟବସାୟୀ ବନ୍ଧୁ ତାଙ୍କର ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କର ପାର୍ଥିବ ଶରୀରକୁ ବଜାର ପରିକ୍ରମା କରାଯିବା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।