ପେନ୍ସନ୍ ନିୟମ ନେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

 କେନ୍ଦ୍ରାପଡ଼ା :୨୦୨୫ ମସିହାରେ ପେନ୍ସନ୍ ନିୟମ ପାର୍ଲାମେଣ୍ଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ହୋଇଛି । ଯାହାଦ୍ୱାରା ପେନସନ୍ଭୋଗୀ କର୍ମଚାରୀମାନେ ଆଗାମୀ ଦିନରେ ଅଷ୍ଟମ ବେତନ କମିଶନର ସୁବିଧା ସୁଯୋଗରୁ ବଂଚିତ ହେବାର ସୂଚନା ମିଳୁଛି । ଜନମଙ୍ଗଳକାରୀ ରାଷ୍ଟ୍ରରେ ଅବସରକାଳୀନ ସୁବିଧା କର୍ମଚାରୀମାନଙ୍କୁ ଦେବା ଏକ ସାମାଜିକ ଅଧିକାର । ଯାହା କ୍ଷୁର୍ଣ୍ଣ ହେବାକୁ ଯାଉଛି । ସର୍ବଭାରତୀୟ ରାଜ୍ୟ ଅବସରପ୍ରାପ୍ତ ସମନ୍ୱୟ କମିଟି ଆହ୍ୱାନରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳମାନଙ୍କ ଜରିଆରେ ଏଭଳି ନିଷ୍ପତ୍ତି ଅଷ୍ଟମ ବେତନ କମିଶନରେ ନ କରିବା ପାଇଁ ସମଗ୍ର ଦେଶରେ ୨୩ ଜୁନ୍ରେ ସ୍ମାରକପତ୍ର ପ୍ରଦାନ କରାଯାଉଛି । କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ଏବଂ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ସଂଗଠନର କର୍ମକର୍ତ୍ତାମାନେ ସମ୍ମିଳିତ ହୋଇଥିଲେ । ଜିଲ୍ଲା ସଂଗଠନର ନେତୃତ୍ୱ ଅଧ୍ୟାପକ ଅଜୟ ସାମଲ, ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ଡଃ. ଦିଲ୍ଲୀପ ମିଶ୍ର, କରୁଣା କର ଦାସ, ବୈଷ୍ଣବ ସ୍ୱାଇଁ, ରାଜକୁମାର ବିଶ୍ୱାଳ, ଅଧ୍ୟାପକ ପ୍ରଭାକର ସାମଲ, ସୁରେଶ ପଟ୍ଟନାୟକ, ଡଃ. ପ୍ରଭାକର ମଲ୍ଲିକ, ଡଃ. ଚୈତନ୍ୟ ଚରଣ ପରିଡା, ଧୀରେନ୍ କୁମାର ବେହେରା, ଅନିଲ୍ କୁମାର ବଳ, ବିରେନ୍ଦ୍ର କୁମାର ପଣ୍ଡା, ନିମାଇଁ ଚରଣ ମହାନ୍ତି, ଅଧ୍ୟାପକ ଗୋଲେଖ ଚନ୍ଦ୍ର ମହାଭୋଇ, ନବଘନ ମହାରଣା, ରାଧାକାନ୍ତ ଦାସ, ବିରକିଶୋର ଜେନା, କାର୍ତିକ ଚନ୍ଦ୍ର ରାଉତ, ନରହରି ପାତ୍ର, ମଧୁସୁଦନ ବାରିକ, ଅନୁସୟା ପଣ୍ଡା, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଗୈାରାଙ୍ଗ ଚରଣ ସାହୁ, କୃଷ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ନେତୃତ୍ୱ ନେଇଥିଲେ ।