ପୋକ୍ସୋ ଆଇନ ନେଇ ସଚେତନତା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ପୋକ୍ସୋ ଆଇନ ଜେଜେ ସିପିସି ଆଇନ ଓ ପୀଡିତା କ୍ଷତିପୁରଣ ରାଶି ଏହାର ଅଧିନିୟମ ୨୦୧୮ ଅନ୍ତର୍ଗତ ନିୟମାବନ୍ଦୀ ଉପରେ ଏକ ସଚେତନତା ଶିବିର ବିଜୟନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଜେଜେ ଆଇନ ଉପରେ ପୁଙ୍ଖାନୁୁପୁଙ୍ଖ ଭାବେ ଆଲୋଚନା କରି ବୁଝାଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ଅପରାଧ ଓ ଅପରାଧୀ ମାନଙ୍କ ପାଖରୁ କିପରି ନିଜକୁ ସୁରକ୍ଷିତ ରଖିବ ସେ ଦିଗରେ ଉପଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ପ୍ରଧାନ ଶିକ୍ଷକ ବନମାଳୀ ଦାସ, ଆଇନଜିବୀ ରମଣୀ ରଞ୍ଜନ ରାଉତରାୟ, ପ୍ରାଧିକରଣ କର୍ମଚାରୀ ଶ୍ରୀକାନ୍ତ ସ୍ୱାଇଁ, ବରଦା ପ୍ରସନ୍ନ ମହାପାତ୍ର, ଦେବବ୍ରତ ପଲାଇଙ୍କ ସମେତ ହାଇସ୍କୁଲର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।