ପୌରସଂସ୍ଥା ଡମ୍ପିଂୟାର୍ଡ ଆବସ୍ଥା ଅନୁଧ୍ୟାନ କଲେ ଜିଲ୍ଲାପାଳ

 କେନ୍ଦ୍ରାପଡ଼ା  : କେନ୍ଦ୍ରାପଡା ପୈାରାଞ୍ଚଳର ହଜାରି ବଗିଚା ଠାରେ ଥିବା ପୈାରସଂସ୍ଥା ପରିଚାଳିତ ଡମ୍ପିଂୟାର୍ଡ ଅବସ୍ଥା ଜିଲ୍ଲାପାଳ ରଘୁରାମ ଆର ଆୟାର, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ପୈାର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି ଘଟଣାସ୍ଥଳ ପରିଦର୍ଶନ କରି ଏହାର ଅବସ୍ଥା ସୁଧାରିବା ପାଇଁ ଅନୁଧ୍ୟାନ କରିଛନ୍ତି । ଏହି ଡମ୍ପିଂୟାଡ ଯୋଗୁ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷିତ ହେବା ସହ ଏହା ନିକଟରେ କବାଡିଆ ମାନେ ସେମାନଙ୍କ ବର୍ଯ୍ୟବସ୍ତୁ ତଥା ପ୍ଲାଷ୍ଟିକ ସାମଗ୍ରୀ ଜରି ଓ ଅନ୍ୟ ସାମଗ୍ରୀ ଗୁଡିକୁ ବିନା ଅଣୁମତିରେ ଜମା କରୁଥିବାରୁ ପରିବେଶ ଅଧିକ ବିଷାକ୍ତ ହେବା ସହ ଏଥିରୁ ଦୁର୍ଗନ୍ଧ ବାହାରି ସ୍ଥାନୀୟ ଅଞ୍ଚଳର ବାୟୁ ମଣ୍ଡଳକୁ ପ୍ରଦୂଷିତ କରୁଛି । ଏନେଇ ସ୍ଥାନୀୟ ବାସିନ୍ଦା ମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଜିଲ୍ଲାପାଳ ଶ୍ରୀ ଆୟାର ଏହାକୁ ଅନୁଧ୍ୟାନ କରି ଡମ୍ପିଂୟାଡର ସୁରକ୍ଷା ପାଚେରୀକୁ ଅଧିକ ଉଚ୍ଚ କରିବା ଓ କବାଡିଆ ମାନଙ୍କୁ ଏଠାରେ ବର୍ଯ୍ୟ ସାମଗ୍ରୀ ନ ପକାଇବା ପାଇଁ ତାଗିଦ କରିବା ଓ ପୈାରସଂସ୍ଥାର ବର୍ଯ୍ୟପ୍ରକ୍ରିୟା କରଣ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ନିର୍ବାହୀ ଅଧିକାରୀ ଶ୍ରୀ ଗିରିଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।