ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମରେ ରକ୍ତଦାନ ଶିବିର

 ଜୟପୁର: ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଡଃ ପ୍ରକାଶମଣିଜୀଙ୍କ ୧୮ତମ ପୁଣ୍ୟତିଥି ଉପଲକ୍ଷେ ଅନୁଷ୍ଠାନର ଜୟପୁର ସୋମ୍ବାରତୋଟା ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ନିୟମିତ ଛାତ୍ରଛାତ୍ରୀ ଏବଂ ସହରର ଜନସାଧାରଣ ଉପସ୍ଥିତ ରହି ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ । ଆଜିର ଏହି ଶିବିରରେ ମୋଟ ୨୯ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ମହତ୍ସେବାରେ ଜିଲ୍ଲା ଚିକିତ୍ସାଳୟରୁ କର୍ମକର୍ତ୍ତା  ଏବଂ ରକ୍ତଦାନ ପ୍ରବର୍ତ୍ତକ ପ୍ରମୋଦ କୁମାର ରାଉଳ ଏବଂ ସମ୍ବାଦର ଆମ ଓଡ଼ିଶା ରକ୍ତଦାନ ସଭ୍ୟମାନେ ଉପସ୍ଥିତ ରହି ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ଜୟନ୍ତୀ ଭଉଣୀ, ଶୁଭଶ୍ରୀ ଭଉଣୀ, ଜ୍ୟୋତି ଭଉଣୀ, ସରସୀ ଭଉଣୀ, ସୁନୀତା ଭଉଣୀ, ମଣ୍ଡଳ ଭାଇ, ମାଝୀ ଭାଇ,ବୀର ପ୍ରସାଦ ଭାଇ, ମନୋରଞ୍ଜନ ଭାଇ, ରାଜେନ୍ଦ୍ର ଭାଇ ଓ ଅନ୍ୟାନ୍ୟ ଭଉଣୀ ଓ ଭାଇମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ନବରଙ୍ଗପୁର,୨୫ ।୮:  ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଆନ୍ତର୍ଜାତୀୟ ମୁଖ୍ୟ ପ୍ରଶାସିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡଃ ଦାଦି ପ୍ରକାଶ ମଣି ଜୀଙ୍କ ୧୮ତମ ପୁଣ୍ୟ ସ୍ମୃତି ଦିବସ ତଥା ବିଶ୍ୱ ଭାତୃତ୍ୱ ଦିବସ ଉପଲକ୍ଷେ ନବରଙ୍ଗପୁର ବ୍ରହ୍ମା କୁମାରୀଜ୍ ଆଶ୍ରମ ହାର୍ମନୀ ହଲରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିସôାଳୟର ଏଡିଏମ୍ ଓ ଭ୍ରାତା ଡ଼ଃ ମଳୟ ତ୍ରିପାଠୀ ଏବଂ ବିଦ୍ୟାର୍ଥୀ କଲେଜ ପ୍ରିନ୍ସିପାଲ ଭ୍ରାତା ସତ୍ୟ ନାରାୟଣ ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ୫୮ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବ୍ରହ୍ମାକୁମାରୀ ପୁଷ୍ପାଞ୍ଜଳି, ନର୍ମଦା, ସ୍ୱାତୀ, ଭାଗ୍ୟ, ଜୟା, ସୁଶୀଳା, ଗିରିଶ ଭାଇ, ପ୍ରବୀଣ ଭାଇ, ଓକିଲ ସୁନୀଲ ସାହୁ, ସୁମନ୍ତ ସାହୁ, ମିନାକ୍ଷୀ ଭଉଣୀ, ବାଲାଜୀ ରେଡ୍ଡୀ, ତେନ୍ତୁଳିଖୁଣ୍ଟି ଲୋକ ସଭା ସାଂସଦ ପ୍ରତିନିଧି ଭ୍ରାତା ସନ୍ତୋଷ ପାତ୍ର, ନୀଳାଦ୍ରି ମେଡିକାଲ ଷ୍ଟୋରର ମାଲିକ ସଂଗ୍ରାମ ଭାଇ, ଡ଼ଃ ସୁବାସ ଭାଇ ଓ ସହରର ଅନେକ ଭାଇଭଉଣୀ ରକ୍ତଦାନ କରିଥିଲେ । ନବରଙ୍ଗପୁରର ସମସ୍ତ ବ୍ରହ୍ମାକୁମାରୀ ଭାଇଭଉଣୀ ତଥା ରଘୁଭାଇ, ବିଜୟ ଭାଇ, କପିଲ ଭାଇ, ରଞ୍ଜିତ ଭାଇ, କୈଳାସ ଭାଇ, ରାକ୍ଷୀ ଭଉଣୀ, ଗୀତା ଭଉଣୀ ଏବଂ ସୁଦୂର ଝରିଗାଁ, ଉମରକୋଟ, ଡାବୁଗାଁ, ପାପଡ଼ାହାଣ୍ଡି, ଜଗନ୍ନାଥପୁରରୁ ଭାଇଭଉଣୀଙ୍କ ସହଯୋଗରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ସୁଚାରୁରୁପେ ସମ୍ପାଦିତ ହୋଇଥିଲା ।