ପ୍ରଦେଶ ସେବା ସଂଗଠନର ବାର୍ଷିକୋତ୍ସବ

 ତିହିଡି: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ପ୍ରଦେଶ ସେବା ସଂଗଠନ ତା’ର ୧୩ତମ ବାର୍ଷିକ ଉତ୍ସବ ପାଳନ କରିଛି । ପୀରହାଟ ବାସନ୍ତୀ ପଡିଆରେ ଆଜୋଜିତ ୪ ଦିନ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକେ ଭରପୁର ମଜ୍ଜା ଉଠାଇଛନ୍ତି । ପ୍ରଥମ ଦିନ ବୁଧବାର ଦିନତମାମ କନିଷ୍ଠ ବିଭାଗର ନୃତ୍ୟ ପ୍ରତିଯୋଗିତା ଏବଂ ବରିଷ୍ଠ ଓ କନିଷ୍ଠ ବିଭାଗର ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ୍ ୧୧୭ ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଅଂଶ ଗ୍ରହଣ କରିଥିବା ଅନ୍ୟମାନଙ୍କୁ ସାନ୍ତନ୍ୱା ମୂଳକ ମାନପତ୍ର ପ୍ରଦାନ କରାଯାଇଥିଲା । ଗୁରୁବାର ପୂର୍ବାହ୍ନରେ ବରିଷ୍ଠ ଓ କନିଷ୍ଠ ବିଭାଗର ସାଧାରଣ ଜ୍ଞାନ ଏବଂ ସଂଧ୍ୟାରେ ତର୍କ ଓ ବରିଷ୍ଠ ବିଭାଗର ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ସଂଗଠନର ଉପଦେଷ୍ଟା ଧୃବଚରଣ ପାଣିଗ୍ରାହୀଙ୍କ ସଂ·ଳନା ଓ ବରିଷ୍ଠ ସଭ୍ୟ ମାନସ ରଞ୍ଜନ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ତିହିଡି ତହସିଲଦାର ଜୟଦ୍ରଥ ଆ·ର୍ଯ୍ୟ ଯୋଗଦେଇ ପ୍ରଦେଶ ସେବା ସଂଗଠନ ଅସହାୟ ଓ ଗରିବ ଲୋକଙ୍କ ମସିହା ସାଜିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଜ୍ଞାନପ୍ରକାଶ ପାଣି, ସମ୍ମାନୀତ ଅତିଥିଭାବେ ସମାଜ ସେବିକା ସୁପ୍ରଭା ପାଣି, ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକ ଓ ପୀରହାଟ ଆଇଆଇସି ଅଜୟ କୁମାର ମୁର୍ମୁ, ସୁକାନ୍ତି ମହାନ୍ତୀ, ଉପଦେଷ୍ଟା ସତ୍ୟାନନ୍ଦ ରାଉତ ଓ ବିଷ୍ଣୁ ଚରଣ ଦାଶ, ଶିକ୍ଷାବିତ୍ ରମାକାନ୍ତ ସ୍ୱାଇଁ, ଭାଷ୍କର ଦାସ, ମୃତୁ୍ୟଞ୍ଜୟ ପଣ୍ଡା ଓ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଏହି ସଂଗଠନ ବନ୍ୟା, ବାତ୍ୟା ଓ ଘରପୋଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗଭର ହୋଇ ସହାୟତା କରୁଥିବା, ଗରିବ ଅସହାୟ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଲାଗି ଆର୍ଥିକ ସହାୟ ହେବା ସହିତ ସାମାଜିକ ସ୍ତରରେ କୁସଂସ୍କାରର ପରିବର୍ତ୍ତନ, ରକ୍ତଦାନ, ପୁଜ୍ୟପୂଜାଙ୍କ ସସମ୍ମାନ ପ୍ରତି ମନ ଦେଇଥାଏ ବୋଲି ମତପ୍ରକାଶ କରିଥିଲେ । ସଂଗଠନର ସମ୍ପାଦିକା ସୁଭଦ୍ରା ଭାରତୀ ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିତ୍ୱ ଯଥା ବରିଷ୍ଠ ଶବ ଦାହକ ଈଶ୍ୱର ବେହେରା, କନେଷ୍ଟବଲ୍ ତୁଷାର ରଞ୍ଜନ ପଣ୍ଡା, ସୋମ ମହାନ୍ତି, ହରିହର ମହାନ୍ତି, ଦୁଃଶାସନ ବାରିକ, ଦେବାଶିଶ ପାଢୀ ଓ ଶିକ୍ଷାବିତ୍ ଜୟନ୍ତ ମହାନ୍ତିଙ୍କୁ ସଂଗଠନ ପକ୍ଷରୁ ଉତ୍ତରୀୟ ପ୍ରଦାନ ପୂର୍ବକ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ସଂଗଠନର ସଭାପତି ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ଆର୍ତ୍ତବହ୍ଲବ ବାରିକ, ସହସମ୍ପାଦକ ଗୌତମ ମିଶ୍ର, ଅକ୍ଷୟ ରଣା, ସନ୍ୟାସୀ ସାହୁ, ସୁପ୍ରଭା ମିଶ୍ର, ନିଳମାଧବ ନାୟକ, ଧିରେନ୍ଦ୍ର ବାରିକ, ଚଗୁଲୁ ବାରିକ, ବୁଦ୍ଧଦେବ ବାରିକ, ରାଜେନ୍ଦ୍ର ବାରିକ, କୁନା ସାହୁ, ନେତ ବାରିକ ପ୍ରମୁଖ ପରି·ଳନା କରିଥିଲେ । ଶୁକ୍ରବାର ଓ ଶନିବାର ସଂଧ୍ୟାରେ ସଂଗଠନର କର୍ମକର୍ତ୍ତାମାନଙ୍କ ଦ୍ୱାରା ପ୍ରସ୍ତୁତ ନାଟକ “ଭୁଲ ତୋର ଭୋଗୁଛି ମୁଁ ” ଓ “ତୋ କଥା ଭାରି ମନେ ପଡୁଛି” ମଞ୍ଚସ୍ଥ କରାଯିବ ବୋଲି ସୂଚନା ମିଳିଛି ।