ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା ଅନ୍ତର୍ଗତ ଗୁନେଇବିଲି ଗ୍ରାମରେ ଆଜି ଏକ ବନ୍ଦ ଗ୍ୟାରେଜ ଘର ମଧ୍ୟରୁ ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ପ୍ରଧାନ ଶିକ୍ଷୟତ୍ରୀଙ୍କ ନାମ ପ୍ରଭାତୀ ଦେହୁରୀ । ସେ ତୁମୁସିଙ୍ଗା ଥାନା ପଞ୍ଚସଖା ସରକାରୀ ଉଚ୍ଚÿ ବିଦ୍ୟାଳୟ ଶ୍ରୀମୂଳାରେ କାର୍ଯ୍ୟରତ । ପୁଲିସ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ମୃତ ପ୍ରଭାତୀଙ୍କ ସ୍ୱାମୀଙ୍କ ପୂର୍ବରୁ ମୃତୁ୍ୟ ହୋଇଯାଇଥିବା ବେଳେ ସେ ନିଜ ଶ୍ୱଶୁର ଘରେ ରହୁଥିଲେ ବୋଲି ଜଣାପଡ଼ିଛି ।
ମୃତା ପ୍ରଭାତୀଙ୍କ ଶଶୁର ଧଡ଼ିଆ ପ୍ରଧାନଙ୍କ ଏତଲା ଅନୁଯାଇ ପରିବାର ଲୋକେ ଖାଇସାରି ଶୋଇଥିଲେ । ପ୍ରଧାନଙ୍କ ମୃତା ବୋହୂ ପ୍ରଭାତୀ ଗୋଟିଏ ଘରେ, ନାତୁଣୀ ଗୋଟିଏ ଘରେ ଏବଂ ଅନ୍ୟ ଏକ ଘରେ ନିଜର ଜଣେ ଭିନ୍ନକ୍ଷମ ପୁଅ ସହ ଶୋଇଥିଲେ । ଆଜି ସକାଳେ ଉଠିବା ପରେ ଘରେ ବୋହୁ ପ୍ରଭାତୀ ନଥିବା ଦେଖି ନାତୁଣୀ ଓ ଜେଜେ ଭାବିଥିଲେ ବୋଧହୁଏ ଆସନ୍ତା କାଲି ମାଟ୍ରିକ ପରୀକ୍ଷା ଥିବାରୁ ବୋହୂ ସ୍କୁଲକୁ ଶୀଘ୍ର ଯାଇଛି । କିନ୍ତୁ ଡ୍ରାଇଭର ଆସି ତାଲା ଖୋଲି ଦେଖିବା ବେଳକୁ ଗ୍ୟାରେଜ ଘରେ ପ୍ରଧାନ ଶିଷୟିତ୍ରୀ ପଡ଼ିଛନ୍ତି । ପରିବାର ଲୋକ ଆସି ଦେଖିବାକୁ ପାଇଥିଲେ ବେକରେ ଚୁନୁରି ଚÿିପାଦାଗ ରହିଛି ଏବଂ ଦାନ୍ତ କାମୁଡ଼ି ଜିଭ ବାହାରି ତଳେ ପଡିଛନ୍ତି । ସଙ୍ଗେ ସଙ୍ଗେ ପୁଲିସକୁ ଏ ସମ୍ପର୍କରେ ଅବଗତ କରିଥିଲେ । ଘଟଣାସ୍ଥଳରେ ତୁମୁସିଂହା ଥାନା ଅଧିକାରୀ ଜମ୍ବେଶ୍ୱର ମୁଦୁଲି ଓ ପଣ୍ଡୁଆ ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠୀ ପହଁଞ୍ଚି ଶବ ଜବତ କରିବା ସହ ଢେଙ୍କାନାଳରୁ ସାଇଣ୍ଟିପିକ ଟିମ୍ ସହ ତଦନ୍ତ କରିଥିଲେ । ଅପରାହ୍ନରେ ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲକୁ ପଠାଯାଇଥିଲା ।