ସରକାରୀ ଜମିକୁ ଜବର ଦଖଲ କରି ଇଟା କାରଖାନା
କବାଟବନ୍ଧ : ପ୍ରଶାସନର ଅନୁକମ୍ପା ପାଇଁ ଜବର ଦଖଲ କରିଚାଲିଛନ୍ତି ସରକାରୀ ଜମି । ହେଉନାହିଁ ଜବରଦଖଲ କାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ଧର୍ମଶାଳା ତହସିଲ ଅନ୍ତର୍ଗତ ସୁକୁଟିଝର ମୌଜାରେ ଥିବା କୋଟି କୋଟି ଟଙ୍କାର ଜଙ୍ଗଲ କିସମ ଜମି ଏବେ ମାପିଆଙ୍କ କବଜାରେ ରହିଛି । ଦୀର୍ଘଦିନ ହେବ ସୁକୁଟିଝର ମୌଜାର ଖାତା ନମ୍ବର ୩୦୫ ଓ ପ୍ଲଟ ନମ୍ବର ୪୨ ଜଙ୍ଗଲ କିସମ ରହିଥିବା ବେଳେ ଏହା ଉପରେ କିଭଳି ଭାବେ ଶିଳ୍ପ ପ୍ରତିଷ୍ଠା ହୋଇପାରିଛି ତାହା ସନେ୍ଦହ ସୃଷ୍ଟି କରିଛି । ଅଞ୍ଜିରା ପଞ୍ଚାୟତ ଅଧୀନ ପାଟିଆ ଗ୍ରାମର ଜଣେ ବ୍ୟକ୍ତି ଏହି ମୌଜାର ୫୩ ନମ୍ବର ଜାତୀୟ ରାଜପଥ ୨୦୦ଫୁଟ ଦୂରତାରେ କାରଖାନା ତିଆରି କରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ବହୁ ମୂଲ୍ୟବାନ ଜମିକୁ ନିଜ ଅକ୍ତିକାରକୁ ନେଇ ଚାରିପଟେ ପାଚେରି ଓ ତାର ବାଡ଼ ଦେଇ ଇଟା ଫ୍ୟାକ୍ତି କରିଥିବା ଦେଖିବାକୁ ମିଳିଛି । ଏନେଇ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ବି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଯାହା କାରଖାନା ମାଲିକ ଅଧିକାରୀଙ୍କ ସୁ-ସମ୍ପର୍କ ଥିବା ସାଧାରଣରେ ଆଲୋଚନା ହେଉଛି । ଉକ୍ତ ବ୍ୟକ୍ତି ସେଠାରେ ମାତ୍ର ୩ ଗୁଣ୍ଠ ଜାଗା କିଣି ଉକ୍ତ ଜାଗାକୁ ଲାଗି ରହିଥିବା ପ୍ରାୟ ଦୁଇ ଏକରରୁ ଅଧିକ ଜଙ୍ଗଲ କିସମ ଜମିକୁ କବଜା କରି ସେଠାରେ କୋଠା ଘର ସହିତ ଦୁଇ ଦୁଇଟା ଇଟା କମ୍ପାନୀ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି । ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ, ଏହା ଦେଖୀ ଆହୁରି କିଛି ଜମି ମାଫିଆ ଏହି ଅଞ୍ଚଳରେ ବଳପୂର୍ବକ ଜଙ୍ଗଲ କିସମ ଜମି,ପତିତ,ଗୋଚର ନିଜ ଅକ୍ତିଆରକୁ ନେଇ ଯାଉଛନ୍ତି । ପୂର୍ବରୁ ଉକ୍ତ ସ୍ଥାନରେ ଥିବା ବହୁ ପରିମାଣର କାଜୁ ଗଛ କଟାଯାଇଥିବା ସଙ୍ଗୀନ ଅଭିଯୋଗ ହେଉଛି ଓ କିଛି ସ୍ଥାନୀୟ ବ୍ୟକ୍ତି ମତରଖିଛନ୍ତି ଯଦି ଜଙ୍ଗଲ ବିଭାଗ ପକ୍ଷରୁ ବେଆଇନ କବଜା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆଇନର ଆଶ୍ରୟ ନେବେ ବୋଲି ନାମ ଗୋପନ ରଖି ମତ ଦେଇଛନ୍ତି ।