ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଘାଟିତ 

ଦଶରଥପୁର: ଏହି ବ୍ଲକ କୟାଁ ପଂଚାୟତସ୍ତ ଦୁବକଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କିଶନ ଟୁଡୁ ଫିତାକାଟି ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିବା ବେଳେ ଉତ୍ସବରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, ଖଗେଶ୍ୱର ସାହୁ, ଶିକ୍ଷୟତ୍ରୀ ସ୍ନେହାଞ୍ଜଳି ଯେନା, ସୁଜାତା ସାହୁ, ଲଷ୍ମୀପ୍ରିୟା ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ । କ୍ରୀଡା ଶିକ୍ଷକ ଉତ୍ପଳ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ କ୍ରୀଡାର ପ୍ରଥମ ଦିନରେ ୧୦୦ ମିଟର,୨ ସହ ମିଟର ରେସ, ଅଖାଦୌଡ, ୩ ଗୋଡ଼ିଆ, ଛୁଂଚି ସୁତା, ମ୍ୟାଥ ରେସ, ସଟଫୁଟ ଆଦି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।