କାମରେ ଆସୁନାହିଁ ଗାଈ କାନରେ ଲଗାଯାଇଥିବା ଟ୍ୟାଗ

 ବ୍ରହ୍ମପୁର : ବ୍ରହ୍ମପୁର ଜେଲ ରୋଡ଼ ରେଳବାଇ ଲାଇନରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଏକ ଗାଈର ଚିକିସôା ପାଇଁ ତା'ର ମାଲିକ ଧରାଛୁଆଁ ନ ଦେବା ଅତ୍ୟନ୍ତ ସ୍ପର୍ଶ କାତର ଘଟଣା ହୋଇଛି । ସହରରେ ଏହି ଭଳି ଘଟଣା ବାରମ୍ବାର ହେଉଥିଲେ ବି ମହାନଗର ନିଗମ ପକ୍ଷରୁ ସବୁବେଳେ ଅଣଦେଖା କରାଯାଉଛି । ଉକ୍ତ ଗାଇଟିର କାନରେ ଲାଗିଥିବା ଟ୍ୟାଗରେ ଥିବା ଗାଇ ମାଲିକଙ୍କ ଆଧାର ନମ୍ବରରୁ ଫୋନ ନମ୍ବର ଅନୁସନ୍ଧାନ କରି ଯୋଗାଯୋଗ କରିବାରୁ ଗାଇ ମାଲିକ ସିଧା ସଳଖ ଗାଇ ଟିର ଚିକିସôା ପାଇଁ ମନା କରିଦେଇଥିଲେ । ଏହି ଭଳି ଅମାନବିୟ ଗାଈ ମାଲିକଙ୍କ ପ୍ରତି ବିଏମ୍ସି କତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେବାର ଆଗରୁ ନଜିର ନାହିଁ । ଗାଈ କାନରେ କେବଳ ନାମକୁ ମାତ୍ର ଟ୍ୟାଗ ଲାଗିଛି । ସହରରେ ଅଧିକାଂଶ ଗାଈ ମାଲିକ କ୍ଷୀର ବାହାର କରି ଗାଈ ଗୁଡିକୁ ରାସ୍ତାକୁ ଛାଡି ଦେଉଛନ୍ତି ଏବଂ ସେଥିରୁ ଅନେକଙ୍କ ଗୁହାଳ ମଧ୍ୟ ନାହିଁ । ଖରା, ବର୍ଷା, ଶୀତ କଷ୍ଟରେ ବର୍ଷ ସାରା ବୁଲି ବୁଲି ଜୀବନ କାଟୁଥିବା ଗାଈମାନଙ୍କ ଅବସ୍ଥା ପ୍ରକୃତରେ ଅତ୍ୟଧିକ କଷ୍ଟ ଦାୟକ । ସ୍ଥାନୀୟ ପଶୁ ପ୍ରେମୀ ତଥା ସାମାଜିକ କର୍ମୀ ମନୋଜ ତରାଇ ବ୍ୟକ୍ତିଗତ ଉଦ୍ୟମ ନେଇ ଜିଲ୍ଲା ପଶୁ ଚିକିସôାଳୟର ସହଯୋଗରେ ବର୍ତମାନ ପର୍ଯ୍ୟନ୍ତ ଗାଇ ଟିର ସମସ୍ତ ଚିକିସôା ଦାୟିତ୍ୱ ସହ ଖାଇବା ଖର୍ଚ୍ଚ ତୁଲାଉଛନ୍ତି । ଉକ୍ତ ଗାଈ ମାଲିକ ଜଣକ ବିଜିପୁର ବଡ଼ ସାହି ଅଞ୍ଚÿଳର ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଏହି ଭଳି ଦୁର୍ଘଟଣାଗ୍ରସ୍ତ ଗାଇ, ଷଣ୍ଢ ମାନଙ୍କୁ ରଖି ସେମାନଙ୍କ ଚିକିସôା କରିବା ପାଇଁ ଆଶ୍ରୟ ସ୍ଥଳ ମଧ୍ୟ ସହରରେ ନ ଥିବାରୁ ଅନେକ ସମସ୍ୟା ଦେଖାଯାଉଛି । ସାମାଜିକ କର୍ମୀ ଶ୍ରୀ ତରାଇ ସ୍ଥାନୀୟ ବିଧାୟକ କେ. ଅନିଲ କୁମାରଙ୍କୁ ଫୋନ ଯୋଗେ ପଶୁ ଆଶ୍ରୟ ଓ ଚିକିସôା କେନ୍ଦ୍ର ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି ।