ପ୍ରେସ୍ କାଉନ୍ସିଲ୍ ନାମ ବ୍ୟବହାର ଉପରେ ନିଷେଧାଦେଶ

 କେନ୍ଦ୍ରାପଡା : ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ର ଏକ ବୈଧାନିକା ସଂସ୍ଥା ହୋଇଥିବାରୁ କୈାଣସି ସଂସ୍ଥା ଓ ଗଣମାଧ୍ୟମ ପ୍ରେସ୍ କାଉନ୍ସିଲ୍ ନାମ ବ୍ୟବହାର କରିବା ଉପରେ ନିଷେଧାଦେଶ ରହିଛି । ଜିଲ୍ଲାର କୈାଣସି ସରକାରୀ ସଂଘ ଓ ଗଣମାଧ୍ୟମ ସଂସ୍ଥା ନିଜ ସଂସ୍ଥାର ନାମ ପିକରଣ ସମୟରେ ପ୍ରେସ୍ କାଉନ୍ସିଲ୍ ଶଦ୍ଦ ବ୍ୟବହାର ନ କରିବାକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଦେ୍ର୍ଦଶନାମା ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଏହି ନାମ ବ୍ୟବହାର କରାଗଲେ ଏହା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ । ଜିଲ୍ଲାର କୈଣସି ସଂଘ ବା ଗଣମାଧ୍ୟମ ସଂସ୍ଥା ନିଜ ନାମ ସହିତ ପ୍ରେସ୍ କାଉନ୍ସିଲ୍ ବ୍ୟବହାର ନ କରିବାକୁ କେନ୍ଦ୍ରାପଡା ଜିଲ୍ଲାସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚିତ କରାଇ ଦିଆଯାଇଛି । ନୂଆ ଦିଲ୍ଲୀରେ ପ୍ରେସ୍ କାଉନ୍ସିଲ୍ ର ସଚିବାଳୟ କାର୍ଯ୍ୟ କରୁଥିବା ବେଳେ ଏହାର କୈାଣସି ରାଜ୍ୟ ଶାଖା କୈାଣସି ଠାରେ କାର୍ଯ୍ୟ କରେ ନାହିଁ । ଏହାର ଚିହ୍ନ ଓ ନାମ ବ୍ୟବହାର ଅବୈଧ ଅଟେ ବୋଲି କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।