ପ୍ଲାଷ୍ଟିକ ମୁକ୍ତ ନେଇ ସଚେତନତା
ନୂଆପଡା,: ନୂଆପଡ଼ା ଜିଲ୍ଲା ଖଡିଆଳ ସହର ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆପଡ଼ା ଜିଲ୍ଲା ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ହେବାର ସଂକଳ୍ପ ନେଇ ଥିବାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜନ ଜାଗରଣ ସୃଷ୍ଟି କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଯୋଗ ଦେଇ ମନରେ ଦୃଢ଼ ସଂକଳ୍ପ ଏବଂ ଇଚ୍ଛା ଶକ୍ତି ଦ୍ୱାରା ସବୁ କାର୍ଯ୍ୟ ସମ୍ଭବ ଅଟେ ବୋଲି ଆହ୍ୱାନ ଦେଇଛନ୍ତି । ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ୩ କ୍ୱିଣ୍ଟାଲ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ବିଡ଼ିଓ ନରସିଂହ ଗଦବା, ଖଡ଼ିଆଳ ଏନ୍ଏସିର ସ୍ୱଚ୍ଛତା ବିଶେଷଜ୍ଞ ରାଜୀବ ଲୋଚନ ସ୍ୱାଇଁ, ଖଡ଼ିଆଳ ତାଲୁକ ଆଇନ ସେବା କମିଟିର ପ୍ୟାନେଲ୍ ଓକିଲ ଆଲୋକ ତିୱାରୀ, ପୂର୍ବତନ ୱାର୍ଡ ସଭ୍ୟା ସୁଷମା ବିଶକର୍ମା, ଯଶୋଦା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜନସାଧାରଣ ସାମିଲ ହୋଇଥିଲେ ।