ପଡ଼ୋଶୀଙ୍କୁ ଆକ୍ରମଣ କରି ଯୁବକ ଗିରଫ


ାା ପ୍ରଭାନୁ୍ୟଜ୍ ।ା ପୁରୀ : ଗୋପୀନାଥପୁର ନୂଆ କଲୋନୀର ଜଣେ ବାସିନ୍ଦାଙ୍କୁ ଗାଳିଗୁଲଜ କରିବା ସହ ଇଟାରେ ଆକ୍ରମଣ କରିବା ଅଭିଯୋଗରେ ନୂଆ କଲୋନୀର ସ୍ୱର୍ଗତ ରମେଶ ଚନ୍ଦ୍ର ପ୍ରଧାନଙ୍କ ପୁଅ ବିଟୁଲ ପ୍ରଧାନ ଓରଫ ବାବୁ (୨୫)କୁ ଗିରଫ କରିଛି ସଦର ଥାନା ପୁଲିସ  । ପୁଲିସ ସୂତ୍ରରୁ ପ୍ରକାଶ ଯେ ନୂଆ କଲୋନୀର ଭାଗିରଥୀ ମହାପାତ୍ର ତାଙ୍କର ରଦି କାଗଜପତ୍ର ବିକ୍ରି କରିବା ପାଇଁ ଜଣେ କବାଡ଼ିଆକୁ ଡ଼ାକିଥିଲେ । କବାଡ଼ିଆ ଜଣଙ୍କ ତାଙ୍କ ଘରକୁ ଆସିଥିବା ବେଳେ ତାଙ୍କର ପଡ଼ୋଶୀ ବାବୁ ଅଶ୍ଳୀଳ ଭାଷାରେ କବାଡ଼ିଆକୁ ଗାଳିଗୁଲଜ କରିବା ସଂଗେସଂଗେ ଇଟାରେ ଆକ୍ରମଣ କରିଥିଲା । ସେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ବାବୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଇଟାରେ ଆକ୍ରମଣ କରିଥିଲା ଓ ଧମକ ଦେଇଥିଲା । ପୁଲିସ ତାଙ୍କ ଏତଲା ଭିତ୍ତିରେ ଏକ ମାମଲା ରୁଜୁ କରି ବାବୁକୁ ଗିରଫ କରି କୋର୍ଟ ଚାଲାଣ କରିଛି  ।