ଫାଇନ୍ ଦେବେ ପନ୍ତ

ନୂଆଦିଲ୍ଲୀ : ମ୍ୟାଚ୍ ଜିତିଲେ ଜରିମାନା ଗଣିଲେ  ଲକ୍ଷ୍ନୌ ଅଧିନାୟକ ଋଷବ ପନ୍ତ । ଦଳ କରିଥିବା ଭୁଲ ପାଇଁ ଋଷବ ପନ୍ତଙ୍କୁ ଫାଇନ ଗଣିବାକୁ ପଡ଼ିଛି । ମନ୍ଥର ବୋଲିଂ ପାଇଁ ବିସିସିଆଇ ଋଷବ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ୱିକେଟ କିପର ବ୍ୟାଟର ଋଷବଙ୍କ ପ୍ରଦର୍ଶନ ଏଯାବତ କିଛି ଭଲ ନାହିଁ । ୪ଟି ମ୍ୟାଚ୍ରେ ମାତ୍ର ୧୯ ରନ କରିଛନ୍ତି । ଏହାରି ଭିତରେ ତାଙ୍କୁ ଦଣ୍ଡିତ କରାଯାଇଛି । ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ସ୍ଲୋ ଓଭର ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି ପନ୍ତ । ତାଙ୍କୁ ୧୨ ଲକ୍ଷ ଟଙ୍କାର ଫାଇନ ହୋଇଛି । ଚଳିତ ସିଜନରେ ଦଣ୍ଡିତ ହେବାରେ ସେ ତୃତୀୟ ଅଧିନାୟକ । ତାଙ୍କ ପୂର୍ବରୁ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ରାଜସ୍ଥାନ କ୍ୟାପ୍ଟେନ ରିୟାନ ପରାଗ ଦଣ୍ଡିତ ହୋଇ ସାରିଛନ୍ତି । ଅନ୍ୟପଟେ ଦିଗଭେଶଙ୍କ ୫୦ ପ୍ରତିଶତ ଫିସ୍ କଟିଛି । ଋଷବ ପନ୍ତଙ୍କ ସହିତ ଦଳର ବୋଲର ଦିଗଭେଶ ରାଠିଙ୍କୁ ଜରିମାନା ଭରିବାକୁ ପଡ଼ିବ । ସେ ୱିକେଟ ନେବା ପରେ ବ୍ୟାଟରଙ୍କୁ ପାଭିଲିୟନ ଚାଲିଯାଅ ଦର୍ଶାଇ ହାତରେ ନୋଟବୁକ୍ ଲେଖିବା ପରେ ଇଙ୍ଗିତ କରିବାକୁ ରାଠିଙ୍କୁ ଫାଇନ୍ ପଡ଼ିଛି । ଏହା ପୂର୍ବରୁ ମଧ୍ୟ ରାଠିଙ୍କୁ ଏ ନେଇ ଦଣ୍ଡିତ କରିଥିଲା ବିସିସିଆଇ । ମୁମ୍ବାଇ ବିପକ୍ଷରେ ଘାତକ ସାବ୍ୟସ୍ତ ହୋଇଥିଲେ । ୪ ଓଭର ବୋଲିଂ କରି ୨୧ ରନ ଦେଇ ୨ ୱିକେଟ ନେଇଥିଲେ ।