ଫେରିଘାଟ ବୋଟରେ ଚାଲିଛି ରଙ୍ଗମରା ରାଜନୀତି

 ଚାନ୍ଦବାଲି  : ଓଡିଶାରେ ଗାଦିଚୁ୍ୟତ ବିଜେଡି ସରକାର ଏବେ ରକ୍ତ ମୁଖା । ବିଗତ ଦିନରେ ନିଜର ସବୁଜ ରଙ୍ଗକୁ ନେଇ ନିଜର ପତିଆରା ଜାହିର କରି ଆସୁଥିବା ବେଳେ, ଏବେ ଏହାକୁ ବିରୋଧ କରିଛି ଶାସକ ଦଳରେ ଥିବା ବିଜେପି ସରକାର । ବିଗତ ଦିନରେ ରଙ୍ଗମରା ସରକାର ଭାବେ ବିଜେଡିକୁ ବିଜେପି କଟାକ୍ଷ କରୁଥିବା ବେଳେ, ଶାସକ ବିଜେପି ସରକାର ସବୁଜ ବଦଳରେ ଗେରୁଆ ରଙ୍ଗ ଆପଣାଉ ଥିବା ଦେଖିବାକୁ ମିଳୁଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବଜରାପୁର ପଞ୍ଚାୟତ ବାଲିଆପାଳ ଫେରି ଘାଟରେ । ଚାନ୍ଦବାଲି ବ୍ଲକ ପ୍ରଶାସନର ଭୁଲ ବୁଝା ବଣା ପାଇଁ ବାଲିଆପାଳ ଫେରିଘାଟରେ ଚାଲିଲା ଗେରୁଆ ଏବଂ ସବୁଜ ରଙ୍ଗରେ ଦୁଇଟି ଯାତ୍ରୀ ବାହି ବୋଟ ଚାଲୁଥିବା ଦେଖିବାକୁ ମିଳୁଛି । ସବୁ ଜାଣି ଚାନ୍ଦବାଲି ବ୍ଲକ ପ୍ରଶାସନ ନିଦାବିଷ୍ଣୁ ।
ସୂଚନା ମୁତାବକ ବାଲିଆପାଳ ଫେରିଘାଟ ବଜରାପୁର ପଞ୍ଚାୟତ ଅଧିନରେ ଆଜକୁ ତିନିମାସ ହେବ ଥିବାବେଳେ ଏହାକୁ  ଉକ୍ତ ପଞ୍ଚାୟତରେ କିଛି ବ୍ୟକ୍ତି ବିରୋଧ କରିବା ସହିତ ଅନ୍ୟ ଏକ ଗେରୁଆ ରଙ୍ଗର ଯାତ୍ରୀ ବାହି ବୋଟ୍ ଘାଟରେ ପକାଇ ଥିବା ଦେଖିବାକୁ ମିଳିଛି । ଅଭିଯୋଗକାରୀଙ୍କ କହିବା କଥା ବଜାରାପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ବ୍ଲକ୍ ପ୍ରଶାସନକୁ ହାତ ବାରିସୀ କରି ସବୁଜ ରଙ୍ଗର ଏକ ଯାତ୍ରୀ ବାହି ବୋଟ ଫେରିଘାଟରେ ବିନା ନିଲାମରେ  ନିଜ ଅଧିନରେ ରଖି ମୋଟା ଅଙ୍କରେ ଅର୍ଥ ରୋଜଗାର କରୁଥିବା ବିଜେପି କର୍ମୀ ଅଭିଯୋଗ କରିଥିବା ଦେଖିବାକୁ ମିଳୁଛି । ଏହାକୁ ସମ୍ପୂର୍ଣ ଖଣ୍ଡନ କରିଛନ୍ତି ବଜରାପୁର ସରପଞ୍ଚ ଅନିମା ଦାସ ତାଙ୍କ କହିବା କଥା ପଂଚାୟତ ବିକାଶ ଆଗକୁ ଅଗ୍ରଗତି ହେଉଥିଲା ବେଳେ ଉନ୍ନତି ସହିପାରୁନାହାନ୍ତି ବିରୋଧୀ । ଏ ନେଇ ବାଲିଆପାଳ ଫେରି ଘାଟରେ ଗେରୁଆ ରଙ୍ଗର ଏକ ଯାତ୍ରୀ ବାହି ବୋଟ ବେଆଇନ ଭାବେ ଯାତ୍ରୀ  ପାରକରୁଥିବା ଦେଖିବାକୁ ମିଳୁଛି । ଏ ନେଇ ବଜରାପୁର ସରପଞ୍ଚ ଚାନ୍ଦବାଲି ବିଡିଓଙ୍କୁ ଫୋନ ଯୋଗେ ଅଭିଯୋଗ କରିଥିଲେ ମଧ୍ୟ୍ୟ କର୍ଣ୍ଣପାତ ନଥିବା ଦେଖିବାକୁ ବଜରାପୁର ସରପଞ୍ଚ ଅଭିଯୋଗ କରିଛନ୍ତି  । ଯଦି ଚାନ୍ଦବାଲି ବ୍ଲକ ପ୍ରଶାସନ ଏହାର ଆପସ ସମାଧାନ ନ କରେ ଆଇନ ଶୃଙ୍ଖଳା ବିଗିଡି ଯିବାର ଯଥେଷ୍ଟ ସମ୍ଭାବନା ଥିବା କହିଛନ୍ତି ।