ବଡଭାଇ ଶୁଦ୍ଧି କ୍ରିୟାରେ ସାନଭାଇର ମୃତୁ୍ୟ
ଧାମନଗର: ଧାମନଗର ବିଜ୍ଞାପିତ ଅଞ୍ଚଳ ଜୟନଗର ୩ ନମ୍ବର ୱାର୍ଡର ଅନିରୁଦ୍ଧ ସ୍ୱାଇଁ (୬୨) ନିଜ ସମ୍ପର୍କୀୟ ମାମୁଁଙ୍କ ବଡ ପୁଅର ଶୁଦ୍ଧିକ୍ରିୟା ପାଇଁ ପୋଖରୀ କୂଳରେ ସମସ୍ତେ ଶୁଦ୍ଧି ହେଉଥିବା ବେଳେ ଲଣ୍ଡା ହେବାପାଇଁ ଅନିରୁଦ୍ଧ ପୋଖରୀକୁ ଯାଇ ମୁଣ୍ଡ ଧୋଇ ବାକୁ ଯାଇଥିବା ବେଳେ ହଠାତ ବୁଡି ଯାଇଥିଲେ ସମସ୍ତ ସମ୍ପର୍କୀୟ ଦେଖୁ ଦେଖୁ ହଠାତ ପୋଖରୀ ପାଣିରେ ନିଖୋଜ ହୋଇଯାଇଥିଲେ ଅନିରୁଦ୍ଧ । କିଛି ସମୟ ଖୋଜାଖୋଜି ପରେ ତାଙ୍କ ମୃତଦେହକୁ ସମ୍ପର୍କୀୟ ମାନେ ପୋଖରୀରୁ ଉଧାର କରି ଧାମନଗର ମେଡ଼ିକାଲ ଆଣିଥିଲେ, ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ପୁଲିସ ମେଡ଼ିକାଲରେ ପହଞ୍ଚି ଶବ ଜବତ କରିବା ସହ ଏକ ଆପମୃତ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ମୃତ ପରିବାରକୁ ସରକାରୀ ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳରେ ଜନ ସଧାରଣ ଦାବି କରିଛନ୍ତି ।