ବଡଯାତ୍ରା ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

 ମାଲକାନଗିରି:  ମାଲକାନଗିରି ଜିଲ୍ଲାରେ ବଡ ଯାତ୍ରାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଇନ ଚାର୍ଜ ତହସିଲଦାର ନୀଳକଣ୍ଠ ବେହେରା, ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବଡ ଯାତ୍ରା ପାଇଁ ନିଯାଇଥିବା ପଦକ୍ଷେପ ବିଷୟରେ ଉପ ଜିଲ୍ଲାପାଳ ଭୋଇ ସୂଚନା ଦେଇ ପ୍ରକାଶ କରିଥିଲେ ଯେ, ଆସନ୍ତା କାଲି ପୋଲୁର ଠାରେ ଥିବା ତାଡକା ରେଉ କୁଣ୍ଡରେ ବଡ ଠାକୁରଙ୍କ ସ୍ନାନ ପାଇଁ ଓଡ୍ରାଫ, ପୁଲିସ, ଦମକଳ ବାହିନୀର ଟିମକୁ ମୁତୟନ କରାଯାଇଛି । ଏହା ସହ ମୋଟ ୮ ଗୋଟି ବୋଟ ମଧ୍ୟ ନିୟୋଜିତ ହୋଇଛି । ଲୋକଙ୍କ ଯାତାୟତ ପାଇଁ ପୋଲୁର ନଦୀ ଉପରେ ଭାସମାନ ପୋଲ ନିର୍ମାଣ କରାଯାଇଛି । ସେହିପରି ଆସନ୍ତା କାଲି ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି । ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ସେହିପରି ବଡ ଥକରମାନେ ମାଲକାନଗିରି ଜିଲ୍ଲାରେ ପହଞ୍ଚିବା ପରେ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ତା କରାଯାଇଛି । ବୟସ୍କ ଲୋକେ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି ବୋଲି ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ।