ରକ୍ତଦାନ ଶିବିର 

 ପୁରୀ: କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରରେ ସଂକଳ୍ପ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ୭୩ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସଦାଶିବ ପରିସରର ନିଦେ୍ର୍ଦଶକ ପ୍ରଫେସର ବନମାଳି ବିଶ୍ୱାଳ, ପ୍ରଫେସର ସୁଶାନ୍ତ ରାଜ, ଆରମ୍ଭ ପରିବାରର ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଟାଉନଥାନା ଅଧିକାରୀ ଗୋକୁଳ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ରକ୍ତ ଭଣ୍ଡାରର ଡ. ବିମଳ ସାହୁ, ସସ୍ମିତା ଦାସ, ଜ୍ୟୋତିର୍ମୟୀ ମହାପାତ୍ର, ପ୍ରିୟାଂଶୁ ଭଞ୍ଜ ଶିବିର ପରିଚାଳନା କରିଥିଲେ । ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ପୂର୍ଣ୍ଣିମା ଦାସ, ନମିତା ନାୟକଙ୍କୁ ରକ୍ତବୀର ଭାବେ ସମ୍ମାନିତ କରାଯାଇଥିଲା ।