ବନ୍ୟାକୁ ୫ ଦିନ, ପହଞ୍ଚି ପାରିଲାନି ସହାୟତା
ବିଞ୍ଝାରପୁର : ଖରସ୍ରୋତାରେ ବନ୍ୟା ଆସିବାରୁ ଜରୀ ଅଞ୍ଚଳର ଅନେକ ପରିବାର ଏବେ ବନ୍ୟା ଘେରରେ ରହିଛନ୍ତି । ପାଖା ପାଖ ୧୦ଦିନରୁ ଉର୍ଦ୍ଧ ହେବ ପଂଚାୟତର ସାହାଣୀ ସାହିର ପାଖାପାଖି ୩୦ପରିବାର ଏବେ ପାଣି ବନ୍ୟା ଜଳ ବନ୍ଦୀରେ ରହିଛନ୍ତି । ବ୍ଳକ୍ ପ୍ରଶାସନ ପକ୍ଷରୁ କେବଳ ଏହା ପୂର୍ବ ବନ୍ୟାରେ ୩ଦିନ ପାଇଁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଆଉ ଏହି ବନ୍ୟାରେ କେବଳ ବନ୍ୟା ଅଂଚଳ ବୁଲିବା ଅପେକ୍ଷା କୌଣସି ସରକାରୀ ସୁବିଧା ସହଜୋଗ କି ଶୁଖିଲା ଖାଦ୍ୟ ହେଉ ଅବା ଗାଇ ଗୋରୁଙ୍କ ପାଇଁ ଗୋଖାଦ୍ୟ କିଛି ବି ମିଳିପାରିନାହିଁ । ବନ୍ୟା ଅଂଚଳ ପିଡୀତ ପରିବାରଙ୍କୁ ଭେଟିବା ପାଇଁ ଯାଜପୁର ସାଂସଦ ଆଜିକୁ ପାଂଚଦିନ ହେବ ଦେଖିବକୁ ଆସିଥିଲେ । ଅନେକ ସମସ୍ୟା ଓ ଅଭିଯୋଗ ଶୁଣି ଫେରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ରିଲିଫ ହେଉ ଅବା ଗୋଖାଦ୍ୟ ବଂଟନର ସହଯୋଗ୍ ମିଳିପରିଲା ନାହିଁ । ଶାସକ ଦଳର ସାଂସଦ ଚାହିଁ ଥିଲେ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇ ପାରିଥାଆନ୍ତେ ରିଲିଫ ବଂଟନ ପାଇଁ । ହେଲେ ତାହା କଲେ ନାହିଁ । ବାକି ଏବେ ଏହି ପରିବାର ଗୁଡିକ ପାଖା ପାଖି ୫ଫୁଟ ବନ୍ୟା ପାଣି ଘେରରେ ଥିବା ବେଳେ ଏମାନଙ୍କ ପ୍ରତି ବାସ୍ତବରେ ଅଣଦେଖା କରାଯାଇଥିବା ଅଂଚଳବାସୀ କହିଛନ୍ତି ।