ବନ ମହୋତ୍ସବ ପାଳିତ 

 ଯାଜପୁର : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଏବଂ ଜିଲ୍ଲା ପରିବେଶ ସମିତି ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଛି । ଆଇନସେବା ପ୍ରାଧିକରଣ ପକ୍ଷରୁ ସରକାରୀ ବାଳିକା ହାଇସ୍କୁଲରେ ବନମହୋତ୍ସବ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ବନବିଭାଗ ସହଯୋଗରେ ବିଭିନ୍ନ କିସମର ଫଳ ଓ ଫୁଲ ଗଛ ଜିଲ୍ଲା ଜଜ୍ ଅମୃତ ରଞ୍ଜନ ନନ୍ଦ, ଏଡିଜେ ଅଭିଜିତ ପଲାଇ, ସିନିୟର୍ ସିଭିଲ୍ ଜଜ୍ ସତ୍ୟପ୍ରକାଶ ରାୟ ଚୌଧୁରୀ, ସିଭିଲକୋର୍ଟ ରେଜିଷ୍ଟାର ମାନସ ରଞ୍ଜନ ସାମନ୍ତରାୟ, ସିଭିଲଜଜ୍ ସିନିୟର୍ ଡିଭିଜନ ଏଲ୍ଆର୍ଆଣ୍ଡ ଏଲଟିଭି ଲୋପାମୁଦ୍ରା ମହାନ୍ତି, ଏସ୍ଡିଜେଏମ୍ ସୁମିତ୍ରା ବିଶ୍ୱାଳ, ସିଭିଲଜଜ୍ ଜୁନିୟର ଡିଭିଜନ୍ ସୁନୀତା ବିଶ୍ୱାଳ, ଜେଏମ୍ଏସ୍ସି ସୁଶ୍ରୀ ନିଷ୍ଠା, ଜେଏମ୍ଏସ୍ସି ସୁଶ୍ରୀ ବିଣାପାଣୀ ତାଣ୍ଡି, ଜିଲ୍ଲା ଶିକ୍ଷା ଅଧିକାରୀ ଯାଜପୁର ନିତ୍ୟାନନ୍ଦ ବାରିକ, ଏସିଏଫ୍ ସନ୍ତୋଷ ପତି, ଫରେଷ୍ଟ ରେଞ୍ଜ ଅଫିସର ଯାଜପୁର ରୋଡ଼ ଧର୍ମେନ୍ଦ୍ର ପ୍ରଧାନ, ସଚୀବ ଆଇନ ସେବା ପ୍ରାଧିକରଣ ଲିପା ମହାନ୍ତି ପ୍ରମୁଖ ଚାରା ରୋପଣ କରିଥିଲେ । ଛାତ୍ରଛାତ୍ରୀଙ୍କୁ ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଚାରାବଂଟନ କରିଥିଲେ ।
ପ୍ରାଧିକରଣ ସଚୀବ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଆଲୋଚକ ଭାବେ ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତା ଡ. ରୁଦ୍ରନାରାୟଣ ପୃଷ୍ଟି, ଜିଲ୍ଲା ବିଜ୍ଞାନ ପରିଦର୍ଶକ କୁମାରସେନ୍ ସେନାପତି ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ।  ପ୍ରଧାନ ଶିକ୍ଷୟତ୍ରୀ ଅନୀତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ନନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଥିଲା । ଦଶରଥପୁର ବ୍ଲକର ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ଅର୍ଣ୍ଣଦା ପ୍ରସାଦ ରଣା ଏହାକୁ ଉଦଘାଟନ କରିଥିଲେ । ରିଜିଓନାଲ ମହାବିଦ୍ୟାଳୟର ଅଧକ୍ଷ ଶାନ୍ତନୁ କୁମାର ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପରିଡା ଅତିଥି ଭାବେ ଯୋଗ ଦେଇଥିଲେ । ନନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପ କୁମାର ଧଳ ସଭାପତିତ୍ୱ କରିଥିଲେ । ସମିତିର ସମ୍ପାଦକ ଡ. ଶରତ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଷ୍ଣୁ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଇକୋ କ୍ଲବର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଥିବା ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର, ପ୍ରମାଣପତ୍ର ଓ ଏକ ଫଳ ଗଛ ଚାରା  ପ୍ରଦାନ କରାଯାଇଥିଲା । ଦବଳଗିରିର ପ୍ରକୃତି ବନ୍ଧୁ ପ୍ରଣତି ପ୍ରୀତି ନନ୍ଦା ନାୟକ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଗୋଟିଏ ଗଛ ଚାରା ପ୍ରଦାନ କାରିଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।