ବରିଷ୍ଠ ନାଗରିକ ମଞ୍ଚର ନିରବ ଶୋଭାଯାତ୍ରା

 ଭଦ୍ରକ : ଗୁଜୁରାଟର ଅହମଦାବାଦ ଏୟାରପୋର୍ଟରେ ବିମାନ ଦୁର୍ଘଟଣାରେ ମୁତୁ୍ୟବରଣ କରିଥିବା ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ଏକ ନିରବ ମହମବତୀ ଶୋଭାଯାତ୍ରା କଚେରୀବଜାର ମାଆ ବଙ୍କବାସୁଣୀ ମନ୍ଦିର ପ୍ରାଙ୍ଗଣରୁ ବରିଷ୍ଠ ନାଗରିକ ଓ ବିଭିନ୍ନ ବର୍ଗର ସାମାଜିକ ଅନୁଷ୍ଠାନର ବ୍ୟକ୍ତି ବିଶେଷଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ଅଜୟ କୁମାର ନାୟକ, ଇନ୍ଦ୍ରମଣି ପଣ୍ଡା, ପୁରୁଣା ବଜାର ସଂଘର ଉପଦେଷ୍ଟା ସୁଧାକର ରାଉତ, ଦିଲ୍ଲୀପ ନାୟକ, ମହେଶ ପ୍ରସାଦ ଦାସ, ରାଧାରାଣୀ ମହାପାତ୍ର, କୈଳାଶ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ଦେ, ମୁକ୍ତିକାନ୍ତ ମହାପାତ୍ର, ସଂଯୁକ୍ତା ଯାଦବ, ମୋକିତ ଖାଁ, କଲାମ ଖାନ ପ୍ରମୁଖ ଶତାଧିକ ବ୍ୟକ୍ତି ସାମିଲ ହୋଇ ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ଜଗତର ନାଥ ଶ୍ରୀଜଗନ୍ନାଥ ଓ ଆମର ଆରାଧ୍ୟ ଦେବୀ ମାଆ ଭଦ୍ରକାଳୀ, ବାବା ଆଖଣ୍ଡଳମଣିଙ୍କ ନିକଟରେ ପ୍ରାର୍ଥନା କରିଥିଲେ  ।