ବରିଷ୍ଠ ନାଗରିକ ସଂଘର ସମ୍ପାଦକ ରବୀନ୍ଦ୍ରନାଥ ସମ୍ବର୍ଦ୍ଧିର୍ତ
ବେତନଟୀ : ବେତନଟୀର ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ସମାଜସେବୀ ରବୀନ୍ଦ୍ରନାଥ ମିଶ୍ରଙ୍କୁ ନବବର୍ଷ ଅବ୍ୟବହିତ ପୂର୍ବରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉକ୍ତ ସଭାରେ ବରିଷ୍ଠ ବ୍ୟକ୍ତିତ୍ୱ ତଥା ଆଶୁକବି ବାସୁଦେବ ନାପିତ ସଭାପତିତ୍ୱ କରିଥିଲେ । ସଭାର ଆଭିମୁଖ୍ୟ ଓ ଶ୍ରୀଯୁକ୍ତ ମିଶ୍ରଙ୍କର ଆଦର୍ଶ ଜନସେବା ସମ୍ବନ୍ଧରେ ବରିଷ୍ଠ ଶିକ୍ଷକସଚ୍ଚିଦାନନ୍ଦ ମହାନ୍ତି ଆଲୋକପାତ କରିଥିଲେ ।
ଗତ ମାସ ୨୨ ତାରିଖରେ ଖିଚିଂ ଠାରେ ଅନୁଷ୍ଠିତ ବରିଷ୍ଠ ନାଗରିକ ସଂଘର ଶତାଧିକ ସଦସ୍ୟ/ ସଦସ୍ୟାଗଣଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ରଙ୍କୁ ଅନ୍ୟତମ ଜିଲ୍ଲା ସଂପାଦକ ଭାବେ ମନୋନୀତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ସଭାପତି ପ୍ରଦୀପ୍ତ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସଂଖ୍ୟାଧିକ ବ୍ଲକ ସଂଘଙ୍କ ଉପସ୍ଥିତିରେ, ସାଧାରଣ ସମ୍ପାଦକ ଡଃ ଶ୍ୟାମସୁନ୍ଦର ଦାସ ଜିଲ୍ଲା ସଂଘର ପୁନଃଗଠନ ସହ କର୍ମକର୍ତ୍ତା ମଣ୍ଡଳୀ ଓ କାର୍ଯ୍ୟକାରୀ କମିଟି ଗଠନର ଘୋଷଣା ସର୍ବସମ୍ମତିକ୍ରମେ କରିଥିଲେ । ଏଥିନିମନ୍ତେ ଶ୍ରୀମିଶ୍ରଙ୍କୁ ବେତନଟୀର ସିଭିଲ ସୋସାଇଟି, ମୟୂର ସାହିତ୍ୟ ସଂସଦ, ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ତ୍ରିଭାଷୀ ସାହିତ୍ୟାନୁଷ୍ଠାନ କବି ସଙ୍ଗମ ଆଦିର କର୍ମକର୍ତ୍ତାଗଣ ଯୋଗଦାନ କରି ସ୍ୱାଗତ ଜଣାଇଥିଲେ । ଆଗକୁ ଆହୁରି ବଢିବାକୁ ଏହି ସମ୍ୱର୍ଦ୍ଧନା ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମିଶ୍ର ଖୁସିବ୍ୟକ୍ତ କରିଥିଲେ । ଶେଷରେ ଅରୁଣ କୁମାର ଓତା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।