ବର୍ଷାରେ ଭାଙ୍ଗିଲା ଘର
ଚମ୍ପୁଆ : ଲଗାଣ ବର୍ଷା ଫଳରେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ଓ ଜାମୁଦଲକ ପଞ୍ଚାୟତରେ ବହୁ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେବ ଚମ୍ପୁଆ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏହି ବର୍ଷା ଯୋଗୁଁ ଜାମୁଦଲକ ପଞ୍ଚାୟତର ଶାତହଳିଆ ଗ୍ରାମର ମୁରଲିଧର ଚାତାର ଓ ମନୋଜ ଚାତାରଙ୍କ ଘର କାନ୍ଥ ଗଡି ପଡିଥିବା ବେଳେ ରିମୁଳି ପଞ୍ଚାୟତର ଜାମୁନାଳିଆ ଠାରେ ପିନି ଚାମ୍ପିୟାଙ୍କର ସମରୂପ ଭାବେ କାନ୍ଥ ଗଡି ଯାଇଛି । କାନ୍ଥ ଗଡିବା ଦ୍ୱାରା ଘରର ଆସବାବ ପତ୍ର ସମେତ ଧାନ ଚାଉଳ ମଧ୍ୟ ବର୍ଷା ପାଣିରେ ଭିଜିଥିବା ଦେଖିବାକୁ ମିଳିଛି । ଲୋକେ ପଲିଥିନ ଟାଙ୍ଗି ବର୍ଷା ଦାଉରୁ ଧନ ଜୀବନର ସୁରକ୍ଷା ଦେଉଛନ୍ତି । ରାଜସ୍ୱ ବିଭାଗ ପକ୍ଷତୁ ତୁରନ୍ତ ଘର ଭାଙ୍ଗିଥିବା ଲୋକଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି ।