ବାଇକ ଧକ୍କାରେ ୩ ଗୁରୁତର

 ଆନନ୍ଦପୁର : ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନୂଆଗାଁ ଛକରେ ବାଇକ ଧକ୍କାରେ ୩ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ସେନାପଦ ଗ୍ରାମର ରମେସ ତ୍ରିପାଠୀଙ୍କ ପରିବାର କୌଣସି କାର୍ଯ୍ୟରେ ଘଟଗାଁ ଯାଇ ବସରେ ଫେରିଥିଲେ । ନୂଆଗାଁ ଛକରେ ଅବତରଣ କରିବାପରେ ରାସ୍ତା ପାର ହେଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା । ଏଥିରେ ରମେଶ ତ୍ରିପାଠୀ, ତାଙ୍କ ପୁତ୍ର ମାନସ ଏବଂ ଜଣେ ନାବାଳିକା ଗୁରୁତର ହୋଇଥିଲେ । ସେହିପରି ବାଇକ ଆରୋହୀ ମଧ୍ୟ ଗୁରୁତର ହୋଇଥିଲେ । ଖବର ପାଇ ସମାଜସେବୀ ପ୍ରଶନ୍ନ ନାୟକ ଏବଂ ତାଙ୍କ ଟିମ ଘଟଣା ସ୍ଥଳରୁ ସମସ୍ତ ଗୁରୁତର ଏବଂ ଆହତଙ୍କୁ ସାଇଁକୁଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ନାବାଳିକାକୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତ କରିଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।