ବାଇକ ସହିତ ମଦ ଜବତ 

 ବାଲିଚନ୍ଦ୍ରପୁର: ଏଠାକା ପୁଲିସ ବାଇକ ସହିତ ୪୯ ବୋତଲ ଚୋରା ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ବାଲିପଡ଼ିଆ ଗ୍ରାମର ଆଶିଷ ମଲ୍ଲିକ (୩୮) ହୋଇଥିବା ବେଳେ ଆଜି ସକାଳେ ବାଇକ ଯୋଗେ ବାଲିଚନ୍ଦ୍ରପୁର ବଜାର ଅଂଚଳରୁ ମଦ ନେଇ ଯାଉଥିବା ଖବର ପାଇ ପୁଲିସ ଚଢାଉ କରି ମଦସହବାଇକ ଜବଦ କରିଥିଲା ।  ପୂର୍ବରୁ ଆଶିଷଙ୍କ ନାମରେ ଏହି ଥାନାରେ ବିଭିନ୍ନ ଘଟଣାରେ ୫ଟି ମାମଲା ରହିଥିବା ଥାନାଧିକାରୀ ସମରଜିତ ନାୟକ ସୂଚନା ଦେଇଛନ୍ତି । ଏନେଇ ଥାନା କେଶ ନମ୍ବର ୮୨/୨୫ରେ ମାମଲା ରୁଜୁ କରାଯାଇଛି । ଆସନ୍ତା କାଲି ଗିରଫ ଆଶିଷକୁ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।