ବାଇକ ସ୍କୁଟି ମୁହାଁମୁହିଁ  : ଜଣେ ମୃତ ଓ ୩ ଗୁରୁତର

 ଆସିକା : ଆସିକା ଥାନା ଅନ୍ତର୍ଗତ ବାଲିଶିରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମୃତୁ୍ୟ ଘଟିଥିବା ବେଳେ ୩ଜଣ ଗୁରୁତର ଆହାତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାଇକ ସହ ସ୍କୁଟି ମୁହାମୁହଁ  ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଧରାକୋଟ ପୋଡ଼ାପଲ୍ଲୀ ଗ୍ରାମର ୫୨ ବର୍ଷୀୟ ଗିରିଜା ଶଙ୍କର ମିଶ୍ର । ସେମାନେ ବାଇକ ଯୋଗେ ଗୋପୀନାଥ ପୁରରରୁ ହନୁମାନ ଜୟନ୍ତୀ ଦେଖି ନିଜ ଗାଁକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ତିନି ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଗୁରୁତର ମଧ୍ୟରେ ମୃତକଙ୍କ  ସ୍ତ୍ରୀ ଓ ଝିଅ ରହିଛନ୍ତି । ସ୍କୁଟି ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତର ମାନକୁ ପ୍ରଥମେ ବାଲିସିରା ପରେ ଆସିକା ମେଡିକେଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ଅଧିକ ତଦନ୍ତ ଅଧିକ ତଦନ୍ତ ଆରମ୍ଭ କରିଛି ।