ବାଜପେୟୀଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବ୍ରହ୍ମପୁର: ବାଜପେୟୀଙ୍କ ଜନ୍ମତିଥି ଅବସରରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିର ଉଦ୍ଘାଟନ ଓ ଉନ୍ମୋଚନ କରିଥିଲେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ । ସମଗ୍ର ବିଶ୍ୱରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ପ୍ରେମ ଓ ବନ୍ଧୁତ୍ୱ ସ୍ଥାପନ କରି ଶାନ୍ତି ପ୍ରତିଷ୍ଠା କରିବା ଅଟଳ ବିହାରୀ ବାଜପେୟୀଙ୍କ ଏକ ମାତ୍ର ଲକ୍ଷ୍ୟ ଥିଲା ବୋଲି ବିଜେପି ସଭାପତି ମନମୋହନ ସାମଲ ପ୍ରକାଶ କରିଥିଲେ । ତାଙ୍କର ୧୦୦ ତମ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶ ଓ ସ୍ୱପ୍ନକୁ ସାକାର କରିବା ପାଇଁ ନିଜକୁ ସମର୍ପିତ କରି ତାଙ୍କ ନିତି ଆଦର୍ଶ ଘରେ ଘରେ, ସ୍କୁଲ କଲେଜରେ ବର୍ଷ ସାରା ବିଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଭାରତୀୟ ଜନତା ପାର୍ଟି ନିଷ୍ପତ୍ତି ନେଇଥିବା ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ଅଟଳଜୀଙ୍କ ଆଦର୍ଶକୁ ଶାକାର କରିବା ସହିତ ଆଜିର ଦିବସକୁ ସୁଶାସନ, ଏକତା ଏବଂ ପ୍ରଗତିର ଦିବସ ଭାବେ ସାରା ଦେଶ ପାଳନ କରୁଛି । ତାଙ୍କ ନୀତିକୁ ସମସ୍ତେ ଆଦର୍ଶ ରୂପେ ଗ୍ରହଣ କରି ଏକ ବିକଶିତ ଦେଶ ଗଠନ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ବିଧାୟକ କୃଷ୍ଣ ନାୟକ, ମନୋରଞ୍ଜନ ଦ୍ୟାନସାମନ୍ତରାୟ, ରାମଚନ୍ଦ୍ର ପଣ୍ଡା, ଟି ଗୋପି, ଶିବ ସାହାଣୀ, ବବିତା ପାତ୍ର, ବରିଷ୍ଠ ବିଜେପି ନେତାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।