ବାପାର କଟୁରି ଚୋଟରେ ପୁଅ ମୃତ 

 କବାଟବନ୍ଧ : ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ବିଛାଖଣ୍ଡି ଆଦିବାସୀ ସାହିରେ ସଂଧ୍ୟା ସମୟରେ ଘଟିଯାଇଛି ଅଭାବନୀୟ ଘଟଣା ।ବାପାର କଟୁରି ଚୋଟରେ ପୁଅର ମୃତୁ୍ୟ ହୋଇଯାଇଛି । ମୃତକ ଜଣକ ଏହି ଗ୍ରାମର କଣ୍ଠ ନାୟକଙ୍କ ପୁଅ ଶମ୍ଭୁ (୩୦)ବୋଲି ଜଣାପଡିଛି । ପାରିବାରିକ କାରଣରୁ ଏଭଳି କାଣ୍ଡ ଘଟିଛି ବୋଲି ଆଲୋଚନା ହେଉଛି । ପରିବାର ଲୋକେ ଶମ୍ଭୁକୁ କୁ ୧୦୮ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଚିକିସôା ନିମନ୍ତେ ଭର୍ତ୍ତି କରିଥିଲେ ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୁଲିସ ବାପକୁ ଅଟକ ରଖିବା ସହିତ ମାରଣାସ୍ତ୍ରକୁ ଜବତ କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ଜେନାପୁର ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।