ବାରୁଣୀ ଯୋଗ : ବୈତରଣୀରେ ବୁଡ଼ ପକାଇ ଲକ୍ଷାଧିକ ଶ୍ରଦ୍ଧାଳୁ

ଯାଜପୁର ଟାଉନ : ଚଳିତ ବର୍ଷ ବାରୁଣୀ ଯୋଗ ଉପଲକ୍ଷେ ଯାଜପୁର ସହରର ପୂଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ ଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୈତରଣୀ ନଦୀରେ ବୁଡ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଥିଲେ । ପୁରାଣରେ ବର୍ଣ୍ଣିତ ଅଛି ଯେ ବାରୁଣୀ ଦିନ ବୈତରଣୀ ନଦୀରେ ବୁଡ ପକାଇ ପିଣ୍ଡଦାନ କଲେ ପିତୃ ପୁରୁଷ ମୋକ୍ଷପ୍ରାପ୍ତି ହୋଇଥାନ୍ତି । ଏଥି ନିମନ୍ତେ ଯାଜପୁର ଜିଲା ପ୍ରଶାସନ ଓ ପୈାର ପ୍ରଶାସନର ମିଳିତ ଆନୁକୂଲ୍ୟରେ ଭକ୍ତ ଶ୍ରଦ୍ଧାଳୁ, ଆଧ୍ୟାତ୍ମିକ ଗୁରୁ ଓ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ବୈତରଣୀରେ ବୁଡ ପକାଇବା ସ୍ଥାନ ଦଶାଶ୍ୱମେଧ ଘାଟର ଉଭୟ ପାଶ୍ୱର୍ରେ ବାରିକେଡିଂ ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁମାନେ ବାରିକେଡିଂର ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ସ୍ନାନ କରିବା ସହ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିସାରିବା ପରେ ପିଣ୍ଡ ସାମଗ୍ରୀ ଗୁଡିକୁ ପ୍ରଦୁ୍ୟଷଣ ରୋକିବା ନିମନ୍ତେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପକାଇଥିଲେ । ପ୍ରଶାସନ ତରପଂରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ, ଯାଜପୁର ପୈାର ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ ଏବଂ କର୍ମଚାରୀମାନେ ବାରୁଣୀ ସ୍ନାନ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ । ଯାଜପୁର ଜିଲ୍ଳ୍ା ପ୍ରଶାସନ ନିଦେ୍ର୍ଦଶରେ ଜଳସେଚନ ବିଭାଗ, ପୂର୍ତ ବିଭାଗ, ପୈାରପରିଷଦ, ଅଗ୍ନିଶମସେବା ବିଭାଗ, ପୁଲିସ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ, ଜିଲା ସ୍ୱାସ୍ଥ୍ୟ ବିଭାଗ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯାଜପୁରର ପାରମ୍ପରିକ ମହାବାରୁଣୀ ସ୍ନାନ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଦିଗରେ ବିଭାଗୀୟ ସେବା ଯୋଗାଇ ଦେଇଥିଲେ । ପୁଲିସ ପ୍ରଶାସନ ପକ୍ଷରୁ ୮ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ ୨ପ୍ଲାଟୁନ୍ ଓଡ୍ରାଫ ନିୟୋଜିତ କରାଯାଇଥିଲା ।