ବାଲି ବୋଝେଇ ଟ୍ରାକ୍ଟର ଜବତ

 ନୀଳଗିରି : ଦିନକୁଦିନ ବୃଦ୍ଧି ପାଉଛି ବାଲିମାଫିଆଙ୍କ ରାଜୁତି । ଦିନ ଦ୍ୱିପ୍ରହରରେ ବିଭିନ୍ନ ବାଲିସୌରାତରୁ ନିର୍ଭୟରେ ବେଧଡକ ବାଲିଚୋରାଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଶନିବାର ଭୋର ଅଯୋଧ୍ୟା ସଜନାଗଡ ରାସ୍ତାର ଜଡ଼ିବାଲି ନିକଟରେ ଘାଗରାନଦୀରୁ ଚୋରାରେ ଦୁଇଟି ବାଲିବୋଝେଇ ଟ୍ରାକ୍ଟର ଜବତ କରିଥିବା ବେଳେ ଜଣେ ଡ଼୍ରାଇଭରକୁ ଅଟକ ରଖିଥିବା ବେଳେ ଜଣେ ଖସିଯାଇଥିବା ଜଣାପଡିଛି । ଅଟକକରି ଥାନାକୁ ଅଣାଯାଇଥିବା  ଓଡି ୦୧-ଏଏଲ୍ -୨୧୬୬ ଏବଂ ଓଡି ୦୧ସି -୪୨୬୭ନଂ ଟ୍ରାକ୍ଟର ସହିତ ଜଡ଼ିବାଲି ଗ୍ରାମର ଗୟାଧର ମହାନ୍ତି ନାମକ ଡ୍ରାଇଭରକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।