ବାଲ୍ୟ ବିବାହକୁ ରୋକିଲେ ସିଡିପିଓ 

 ଆସିକା: ପବିତ୍ର ବୈଶାଖ ମାସ ଅକ୍ଷୟ ତୃତୀୟା ଠାରୁ ଚାଲିଛି ବିବାହର ପାର୍ବଣ ଋତୁ । ସେହି କ୍ରମରେ ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତର କୈବଲ୍ୟପୁର ଗ୍ରାମରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ରୋକିବାର ପ୍ରୟାସ ଜାରୀ ରଖିଛି ବ୍ଲକ ପ୍ରଶାସନ ଟିମ । ଆସିକା ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ବାଲ୍ୟ ବିବାହ ନିରୋଧ ଅଧିକାରିଣୀ ତଥା ସିଡିପିଓ ଇନ୍ଦିରା ମହାପାତ୍ର ନିକଟକୁ ବିଶେଷ ସୂତ୍ରରୁ ଖବର ଅନୁସାରେ ଧରାକୋଟ ବ୍ଲକର ବରଡ଼ାବିଲି ପଞ୍ଚାୟତର ଆଠଘରିଆ ଗ୍ରାମରେ ଜୈନିକ ଏକ ନିଦ୍ଧିଷ୍ଟ କୁଳର ପୁଅ ସହ ଆସିକା ବ୍ଲକ ଗଙ୍ଗାପୁର ପଞ୍ଚାୟତର କୈବଲ୍ୟପୁର ଏକ ନାବାଳିକା ସହ ଆସନ୍ତା ଆଠ ତାରିଖରେ ବିବାହ ହେଉଥିବା ଖବର ମିଳିଥିଲା । ଖବର ମିଳିବା ପରେ ସିଡିପିଓ ପଞ୍ଚାୟତର ସରପଞ୍ଚ ତଥା ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଭାପତି ମନୋଜ ନାହାକ, ସେହି ସେକ୍ଟର ସୁପରଭାଇଜର ରଞ୍ଜୁକ୍ତା ସ୍ୱାଇଁ, ଆସିକା ଥାନା ଏ ଏସ ଆଇ ସୁବାଶିଷ ସ୍ୱାଇଁ, ପ୍ରମୁଖ ଗ୍ରାମରେ ପହଞ୍ଚô ପରିବାର ଲୋକଙ୍କୁ ବାଲ୍ୟ ବିବାହରକୁ ପରିମାଣ, ଆଇନର ଭୟାବହତା ଉପରେ ପରାମର୍ଶ ଦେଇଥିଲେ ।