ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ 

ବଡ଼ସାହି: ବଡ଼ସାହି ବ୍ଲକ୍ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ହାଇସ୍କୁଲ ପରିସରରେ ବ୍ଲକର ସମସ୍ତ ବିଦ୍ୟାଳୟକୁ ନେଇ ଅନୁଷ୍ଠିତ ହୋଇଯାଇଛି । ବଡ଼ସାହି ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ମେଳାର ସମ୍ପାଦକ ଅଜିତ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ବଡ଼ସାହି ବିଡ଼ିଓ ବନଜା ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିବାବେଳେ ତହସିଲଦାର ପତିତପାବନ ଦେବତା, ଥାନା ଅଧିକାରୀ ଉମାଶଙ୍କର ନାୟକ, ଭାରାପ୍ରାପ୍ତ ଚିକିସôାଧିକାରୀ  ଡାକ୍ତର ସୁକାନ୍ତ ପାତ୍ର, ବ୍ଲକ୍ ବିଜ୍ଞାନ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ,ଏବିଇଓ  ପଦ୍ମଲୋଚନ ଦାସ, ବସନ୍ତ ମଞ୍ଜରୀ ପଟ୍ଟନାୟକ,ରାଧିଆ ଚରଣ ମୁଣ୍ଡା ପ୍ରମୁଖ ଯୋଗ ଦେଇ ଆଜିର କୁନି ବୈଜ୍ଞାନିକ କିପରି ବିଜ୍ଞାନ ମନସ୍କ ହେବେ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଘଟିବା ଦିଗରେ ସେମାନେ ଅଧିକ ଯନôବାନ ହେବେ ସେ ସମ୍ପର୍କରେ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲେ । ଉକ୍ତ ମେଳାରେ ମୋଟ ୧୨୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ନଳିନୀ କାନ୍ତ ଚୌଧୁରୀ, ଅଜିତ କୁମାର ଜେନା, ଦିଲ୍ଲୀପ କୁମାର ମିଶ୍ର, ଦେବରାଜ ନାୟକ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ ।  ବିଇଓ ମଧୁସ୍ମିତା ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ବଡ଼ସାହି ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥି ଭାବେ ଏବଂ ସ୍ଥାନୀୟ ବଡ଼ସାହି ସରପଞ୍ଚ ବୁଧୁରାମ ସିଂ  ଯୋଗ ଦେଇ ଆଜିର କୁନି ବୈଜ୍ଞାନିକ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରନ୍ତୁ ବୋଲି ମତ ପୋଷଣ କରିବା ପୂର୍ବକ ପିଲାମାନଙ୍କୁ ଉସôାହିତ କରିଥିଲେ । ଶିକ୍ଷକ ଲଳିତ ମହାନ୍ତି ଓ ବାଣୀଶ୍ରୀ  ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହାଇସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ଶିକ୍ଷକ ସଂଗଠନର ସମସ୍ତ କର୍ମକର୍ତ୍ତା ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବଡ଼ସାହି ହାଇସ୍କୁଲର ଓମ୍ ଶଙ୍କର ରଣା, ଦେଉଳିଆ ହାଇସ୍କୁଲର ବିଶ୍ୱଜିତ୍ ମହାପାତ୍ର, ମାଧପୁର ହାଇସ୍କୁଲର ଜ୍ୟୋତି ପ୍ରକାଶ ପଣ୍ଡା, ଶାଳଗାଁ ହାଇସ୍କୁଲର ଜଗନ୍ନାଥ ପ୍ରଧାନ, ଗୌଡ଼ମୁଣ୍ଡଳି ଉପ୍ରା ସ୍କୁଲର ଦୀପିକା ବାରିକ, ଛେଳିଆ (କ) ହାଇସ୍କୁଲର ପ୍ରଜ୍ଞାମିତା ଛାଟିଆ, ବାଲିଯୋଡା ହାଇସ୍କୁଲର ପ୍ରିତିସ୍ମିତା ଦାସଙ୍କ ପ୍ରକଳ୍ପ ବ୍ଲକ୍ସ୍ତରରେ ପ୍ରଥମ ସ୍ଥାନ ପାଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ଜଣାଯାଇଛି । ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।ଶିକ୍ଷକ ଦେବରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।