ବାର୍ଷିକ ଉସବ ଓ ପୁରସ୍କାର ବିତରଣୀ ସଭା
ବନ୍ତ : ବନ୍ତ ବ୍ଲକ ରାମପୁର ପଞ୍ଚାୟତ ବାଲୋ ଶାସନ ଠାରେ ଅବସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବାର୍ଷିକ ଓ ପୁରସ୍କାର ବିତରଣୀ ସଭା ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ଶିକ୍ଷାକେନ୍ଦ୍ରର ସମ୍ପାଦକ ବିଷ୍ଣୁ ମୋହନ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନଆଚାର୍ଯ୍ୟ ସୋମନାଥ ସୂତାରଙ୍କ ସଭାପତିରେ ବିଆର ପି ସିମୁଳିଆ ବିଶ୍ୱମ୍ବର ପଣ୍ଡା, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକ, ଓଡିଶା ଶିକ୍ଷା ବିକାଶ ପରିଷଦର ସଂଯୋଜକ ସୁଦର୍ଶନ ପ୍ରଧାନ, ପ୍ରାକ୍ତନ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଧୀର କୁମାର ରାଉତ, କରୁଣାକର ନାୟକ ପ୍ରମୁଖ ଅତିଥି ଯୋଗଦେଇ ଶିଶୁ ହିଁ ଦେଶର ଭବିଷ୍ୟତ ପାଠ ପଢିବା ସହିତ ଖେଳରେ ମନୋନିବେଶ କରିବା ଆବଶ୍ୟକ ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଅତିଥି କହିଥିଲେ । ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଉଦଘାଟନ କରିଥିଲେ । ଶିକ୍ଷାକେନ୍ଦ୍ରର ବାର୍ଷିକ ବିବରଣୀ ଚିନ୍ମୟୀ ମହାପାତ୍ର, ଅତିଥି ପରିଚୟ ଲଷ୍ମୀପ୍ରିୟା ମିଶ୍ର, ଧନ୍ୟବାଦ ଅର୍ପଣ ସର୍ବେଶ୍ୱରୀ ସାହୁ ପ୍ରଦାନ କରିଥିଲେ । ଦୌଡ଼, ଆଳୁ ଚାମୁଚ, ଅଙ୍କ ଦୌଡ, ମେରୀ, ଲମ୍ବା ଡିଆଁ ସମେତ ବିଭିନ୍ନ କ୍ରୀଡାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଦଶରଥ ସାହୁ, ଝରଣା ନାୟକ, ସୁଦର୍ଶନ ମାଝୀ, ମନୀଷା ଦାସ, ସୁଶ୍ରୀ ସଙ୍ଗୀତା ସ୍ୱାଇଁ, ଗଣେଶ ମହାରଣା, ଦୀପକ କୁମାର ରାଉତ, ବିଜୟ ଜେନା ପ୍ରମୁଖ ଯୋଗ ଦେଇଥିଲେ ।