ବିକାଶର ବିକଳ ଚିତ୍ର : ଗାଁକୁ ନାହିଁ ପକ୍କାରାସ୍ତା, କାନ୍ଧରେ ବସି ଗଲା ବର
ଚାନ୍ଦବାଲି: ଚାନ୍ଦବାଲିରେ ବିକାଶର ବିକଳ ଚିତ୍ର ଆଖିଠାର ମାରୁଛି । ଏଠି ଭୋଟ ବେଳେ, ମିଳେ ପ୍ରତିଶ୍ରୁତି ଜିତିଗଲା ମନରୁ ଭୁଲି ଯାଆନ୍ତି ବିକାଶ ଗତି । ରାଜନୈତିକ ଛକାପଞ୍ଝା ଭିତରେ ବଳି ପଡୁଛନ୍ତି ଗ୍ରାମବାସୀ । ସ୍ୱାଧିନତାର ୭୭ ବର୍ଷ ପରେ ବି ୱାର୍ଡବାସିନ୍ଦାଙ୍କ ପାଇଁ ସ୍ୱପ୍ନ ପାଲଟିଲା ପକ୍କା ରାସ୍ତା । ସାହିକୁ ରାସ୍ତା ନ ଥିବାରୁ ଅଧା ବାଟରେ ଅଟିକି ଯାଉଛି କୁନି କୁନି ପିଲାଙ୍କ ଭବିଷ୍ୟତ ସାଙ୍ଗକୁ ଜରୁରୀ କାଳୀନ ସେବା । ଏହା କେଉଁ ଉପାନ୍ତ ଅଞ୍ଚଳର ରାସ୍ତା ଦୃଶ୍ୟ ନୁହେଁ । ଆମେ କହୁଛୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚରଦିଆ ଗ୍ରାମପଞ୍ଚାୟତ ଧ୍ରୁବପଲ୍ଲୀ ଗ୍ରାମର ମଣ୍ଡଳସାହି ରାସ୍ତାର ଦୃଶ୍ୟ । ଗ୍ରାମରେ ଏକ ବିବାହ ଥିବାରୁ ବର କନ୍ୟା ଦୁଇ କିଲୋମିଟର ପର୍ଯ୍ୟନ୍ତ କାଦୁଅ ରାସ୍ତାରେ କାନ୍ଧରେ ବୁହା ହୋଇ ଯାଉଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ପାଇଁ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରି ନିରାଶ ହୋଇ ପଡିଲେଣି । ଯଦି ଆଗାମୀ ଦିନରେ କିଛି ସୁଫଳ ନମିଳେ, ତା ହେଲେ ୬୦ଟି ପରିବାର ଆଗାମୀ ଦିନରେ ସାମାଜିକ ସେବାରୁ ବଞ୍ଚôତ ହେବେ । ଏଥିରେ କୌଣସି ସନେ୍ଦହ ନାହିଁ ।