ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ   

 ରାଜନଗର :  ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ବନବିହାରୀପୁର ଗ୍ରାମରେ ନବନିର୍ମିତ ଶ୍ରୀ ବଜରଙ୍ଗବାଲିଙ୍କ ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ଚାରି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ କଳସ ଯାତ୍ରା ସହ ଅଙ୍କୁରରୋପଣ, ଦ୍ୱିତିୟ ଦିନ ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜାଶାଳା ପ୍ରବେଶ, ମଣ୍ଡଳପୂଜା, ଘୃତାହୂତି, ତୃତୀୟ ଦିନ ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା, ହନୁମାନଜୀଉଙ୍କ ପ୍ରାଣପ୍ରତିଷ୍ଠା, ପାର୍ଶ୍ୱଦେବତାଙ୍କ ପ୍ରତିଷ୍ଠା, ମନ୍ଦିର ପ୍ରତିଷ୍ଠା, ଚଣ୍ଡୀପାଠ ଓ ଘୃତାହୂତି ଓ ଚତୁର୍ଥ ଦିନ ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା, ହନୁମାନଜୀଉଙ୍କ ସହସ୍ରନାମ ପାଠ କରାଯାଇ ପୂର୍ଣ୍ଣାହୁତି ପରେ ଘଟବିସର୍ଜନ କରାଯାଇଥିଲା । ଏହି କାର୍ଯକ୍ରମକୁ ଶ୍ରୀବଜରଙ୍ଗ ବାଲି କମିଟି ଏବଂ ବନବିହାରିପୁର ଗ୍ରାମବାସୀମାନେ ପରିଚାଳନା କରିଥିଲେ ।