ବିଜେଡିର ଜନସଂପର୍କ ପଦଯାତ୍ରା


 ସାଲେପୁର : ସାଲେପୁର ବିଜୁ ଜନତା ଦଳ ପକ୍ଷରୁ ବାଲିସାହି ଓ ପିକୋଳ ୨ଟି ପଞ୍ଚାୟତରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଏହି ଜନସଂପର୍କ ପଦଯାତ୍ରାରେ ଯୋଗ ଦେବା ସହ ଗାଁ ଗାଁ ବୁଲି ଗାଁର ସମସ୍ତ ଲୋକମାନଙ୍କ ସମସ୍ୟା ପଚାରି ବୁଝିବା ସହ ଆଗକୁ ବାତ୍ୟା ଦାନା ଆସୁଥିବାରୁ ନିଜେ ଓ ନିଜର ପିଲାଛୁଆଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଜରୁରୀକାଳୀନ ସେବା ପାଇଁ ପ୍ରଶାସନ ସହ ଯୋଗାଯୋଗ କରିବା ନିମନ୍ତେ ପରାମର୍ଶ ଦେବା ସହ ନିଜେ ମଧ୍ୟ ସମ୍ଭାବ୍ୟ ବାତ୍ୟା ସମୟରେ ସାଲେପୁରରେ ଉପସ୍ଥିତ ରହୁଥିବାରୁ ଲୋକମାନେ ସିଧାସଳଖ ନିଜର ସମସ୍ୟା ବିଧାୟକଙ୍କୁ ଅବଗତ କରିବାପାଇଁ ସେ ପରାମର୍ଶ ଦେଇଥିଲେ ।  ବାଲିସାହି ପଞ୍ଚାୟତରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଶତାଧିକ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିସାହି ସରପଞ୍ଚ ପବିତ୍ର ସାମଲ, ସମିତିସଭ୍ୟା ଗୌତମୀ ମଲ୍ଲିକ, ମହିଳା ସଭାପତି ଖୁଲଣା ମହାରଣା, ସଂପାଦିକା ସ୍ୱର୍ଣ୍ଣଲତା ବେହେରା, ଯୁବନେତା ଗୁଲରେଜ ଅଲ୍ଲି, ରାଜେଶ ମହାନ୍ତି, ପୂର୍ବତନ ସରପଞ୍ଚ ସରସ୍ୱତୀ ବେହେରା, ଜୟରାମ ବେହେରା,  ପର୍ଶୁରାମ ଦୀକ୍ଷିତ, ପଞ୍ଚାୟତ ଯୁବ ସଭାପତି ମନୋଜ ସାମଲ, ସନିଆ ସାହୁ, ହେମନ୍ତ ଦାସ,  ପ୍ରହଲ୍ଲାଦ ଖୁଣ୍ଟିଆ, ପ୍ରକାଶ ମଲ୍ଲିକ,  କେଦାର କାଣ୍ଡି, ପ୍ରଫୁଲ୍ଲ ମଲ୍ଲିକସମେତ ଶତାଧିକ ମହିଳା ଓ ପୁରୁଷମାନେ ସାମିଲ ହୋଇ ଘର ଘର ବୁଲି ବିଜେଡିର ବିକାଶର ବାର୍ତ୍ତା ବାଣ୍ଟିଥିଲେ । ସେହିପରି ପିକୋଳ ପଞ୍ଚାୟତରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇ ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବା ସହ ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପିକୋଳ ସରପଞ୍ଚ ମାଣିକ ବେହେରା, ପୂର୍ବତନ ସରପଞ୍ଚ ରଣଜିତ ଦାସ, ବିଜୟ କୁମାର ଖୁଣ୍ଟିଆ, ଉତ୍ସବ ବେହେରା, ଶିକ୍ଷାବିତ୍ ପ୍ରସନ୍ନ କୁମାର ଜେନା, ସୋମନାଥ ସାହୁ, କେଶବ ସାହୁ, ଯୁବନେତା ସୁଶାନ୍ତ ବେହେରା, ଦୋଳଗୋବିନ୍ଦ ସାହୁ,  ସୁଶିଲ ଶତପଥି, ମିଶନ୍ ଶକ୍ତି ସଭାନେତ୍ରୀ ଓ ସଂପାଦିକାଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ ।