ବିଜେଡ଼ି କୋରେଇ କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା 

 ରଗଡି : କୋରେଇ ବ୍ଲକ ବିଜେଡି କାର୍ଯ୍ୟକର୍ତାଙ୍କ ନାଁ ଘୋଷଣା ହୋଇଛି । ବ୍ଲକ ଓ ପଞ୍ଚାୟତ ସଭାପତି ସମେତ ଉପଦେଷ୍ଟାଙ୍କ ନାଁ ରବିବାର ରଗଡି ସ୍ଥିତ ସ୍ୱାଇଁ ମାର୍କେଟ କମ୍ଲେକ୍ସରେ ଥିବା ଦଳୀୟ କାର୍ଯାଳୟରେ ବ୍ଲକ ବିଜେଡି ସଭାପତି ସୌଭାଗ୍ୟ କୁମାର ମହାନ୍ତି ଘୋଷଣା କରିଛନ୍ତି । ଘୋଷିତ ତାଳିକାରେ ୧୨ ଉପସଭାପତି, ୧୧ଜଣ ସାଧାରଣ ସମ୍ପାଦକ ଓ ୧୨ଜଣ ସମ୍ପାଦକଙ୍କୁ ମିଶାଇ ୩୬ଜଣ କର୍ମକର୍ତା ସମେତ ୨୮ପଞ୍ଚାୟତର ସଭାପତି ଓ ୧୬ଜଣିଆ ଉପଦେଷ୍ଟା ମଣ୍ଡଳୀ ନାମ ସ୍ଥାନ ପାଇଛି । ଉପସଭାପତି ଭାବେ ପ୍ରଫୁଲ୍ଲ କୁମାର ଦାସ, ପରମେଶ୍ୱର ମଲ୍ଲିକ, ପ୍ରଶାନ୍ତ କୁମାର ମହାପାତ୍ର,ଉମାକାନ୍ତ ମାଝି, ବିଜୟ କୁମାର ଷଡ଼ଙ୍ଗୀ, କାର୍ତିକ ମଲ୍ଲିକ, ମଧୁସୂଦନ ନନ୍ଦି, ଉପେନ୍ଦ୍ର କର, ବିଜୟ ଘଡେଇ, ପ୍ରମୋଦ କୁମାର ରାଉତ,ହେମନ୍ତ କୁମାର ମହାପାତ୍ର ଓ ମଜିବୁର ରେହେମନ ଓ ସାଧାରଣ ସମ୍ପାଦକ ଭାବେ ପ୍ରଫୁଲ୍ଲ ଆଏଚ, ଚିତରଞ୍ଜନ ନାୟକ, ସୁଧାଂଶୁ ଶେଖର ବରାଳ, ସ୍ୱପ୍ନାନନ୍ଦ ଦାସ, ସନ୍ତୋଷ କୁମାର ତରେଇ, ସଂଜୀବ କୁମାର ନାୟକ, ଏମଡି ଏର୍ସାଦ ହସେନ, ପରୀକ୍ଷିତ ରାଉତ, ଅଶୋକ କୁମାର ସାହୁ, ସତୀଶ କୁମାର ଧଳ, ବସନ୍ତ କୁମାର ମହାକୁଡ଼ ଓ ସମ୍ପାଦକ ଭାବେ ଗୌରୀଶଙ୍କର ମହାପାତ୍ର, ବସନ୍ତ କୁମାର ପୃଷ୍ଟି, ଦୀପକ କୁମାର ରାୟ, ପ୍ରକାଶ କୁମାର ଦାସ, ପ୍ରଦୀପ୍ତ ମହାନ୍ତି, କାଳନ୍ଦି ଜେନା, ବଳୟ କୁମାର ସ୍ୱାଇଁ, ଏସକେ ଇମ୍ରାନ ଅଲ୍ଲୀ, ଅନିରୁଦ୍ଧ ପାଣିଗ୍ରାହୀ, ସିତୁ କୁମାର ଜେନା, ଗୋଲଖ କର ଓ ଚତୁର୍ଭୁଜ ନାୟକ । ସେହିପରି ଅନ୍ଧାରୀ ପଞ୍ଚାୟତ ସଭାପତି ଭାବେ ଗଣେଶ୍ୱର ଦାସ, ପଛିକୋଟ ସୁବାସ ଚନ୍ଦ୍ର ପତି, କାଚରାସାହି ସଞ୍ଜୟ କୁମାର ପାତ୍ର, କନ୍ତୋର ପୁରୁଷୋତମ ପାତ୍ର, ଅସନଝର ନିରଞ୍ଜନ ବାରିକ, ରଣପୁର ବେଣୁଧର ମହାପାତ୍ର, ତୁଳତି ବିଜୟ କୁମାର ରାଜ, ତାହାରପୁର ଶିବ ପ୍ରସାଦ ମଲ୍ଲିକ, ତଳଗଡ଼ ଅଞ୍ଜନ କୁମାର ନାୟକ, ପାଟରଙ୍ଗା ନିତ୍ୟାନନ୍ଦ ବେହେରା, ଧନେଶ୍ୱର ବଳରାମ ରାଉତ, ସାଦକପୁର ସାନ୍ତ୍ୱନୁ ସାହୁ, ହଳଦିଗଡ଼ିଆ ଅଲେଖ ନାଥ, ତାରାକୋଟ ଜିତେନ୍ଦ୍ର ଶତପଥୀ, ବରୁଣ୍ଡେଇ ସୁଶାନ୍ତ ବିଶ୍ୱାଳ, ମୁକୁନ୍ଦପୁର ବୀରେନ୍ଦ୍ର କୁମାର ବେହେରା, ଗୌରପୁର ରମେଶ ସାହୁ, ବନ୍ଦଳୋ ରମେଶ ଚନ୍ଦ୍ର ସେନାପତି, ଅମୃତିଆ ବିଶ୍ୱନାଥ ସାହୁ, ମୂଳାପାଳ ଗୋଲଖ ଚନ୍ଦ୍ର ମାଝି, କରଦା ଗଙ୍ଗାଧର ସାହୁ, ପଥରପଦା ସନ୍ତୋଷ କୁମାର ବେହେରା, ପାଣିକୋଇଲି କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ଗୋଳେଇପୁର ମିର୍ଜା ହବିବୁଲ ବେଗ, ବଡ଼ବିରୁଆଁ ସୁଶାନ୍ତ କୁମାର ମହାପାତ୍ର, ତଣ୍ଡରା ଉମେଶ ଚନ୍ଦ୍ର ସ୍ୱାଇଁ, ଖମଣ କୈଳାଶ ଚନ୍ଦ୍ର ସାହୁ ଓ ଜହ୍ନା ପଞ୍ଚାୟତ ପାଇଁ ଦାମ ସୁନ୍ଦର ପାଢ଼ୀସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।ସେହିପରି ଉପଦେଷ୍ଟା ଭାବେ ପୂର୍ବତନ କୋରେଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭିକାରୀ ବରାଳ, ଅଶୋକ କୁମାର ପଣ୍ଡା,ଅଦୈତ ଦାସ, ଦେବବ୍ରତ ମହାନ୍ତି, ସୁରେନ୍ଦ୍ର ମିଶ୍ର, ଲକ୍ଷ୍ମୀଧର ରାଉତ, କୈଳାଶ ମିଶ୍ର, ସଞ୍ଜୟ ଦାସ, ନବାବ ବେଗ, ରମେଶ ମହାନ୍ତ, ସନ୍ତୋଷ ସାହୁ, ରଘୁନାଥ କୁଣ୍ଡୁ, ବିଶ୍ୱତୋଷ ସିହ୍ନା, ମାନଗୋବିନ୍ଦ ଦାସ, ବିନୋଦନନ୍ଦ ପ୍ରହରାଜ ଓ ଆବୁଲ ହାଜରୀ । ଖୁବ ଶୀଘ୍ର ଅନ୍ୟାନ୍ୟ ସମସ୍ତ ବର୍ଗର କାର୍ଯ୍ୟକର୍ତାଙ୍କ ନାମ ଘୋଷଣା ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଘୋଷଣା ବେଳେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଭକ୍ତ ବତ୍ସଳ ସ୍ୱାଇଁ ଉପସ୍ଥିତ ଥିଲେ ।