ବିଦୁ୍ୟତ୍ ଉପଭୋକ୍ତା ମିଳିତ ମଞ୍ଚର ବିକ୍ଷୋଭ

 କଟକ: ସ୍ମାଟ ମିଟର ବାତିଲ ଦାବିରେ ବିଦୁ୍ୟତ୍ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ସ୍ଥାନୀୟ ରାଣୀହାଟ ବିଦୁ୍ୟତ୍ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହିତ ଦଶଦଫା ଦାବି ନେଇ ଏକ ଦାବିପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଶତାଧିକ ଉପଭୋକ୍ତା କଲେଜ ଛକ ଠାରୁ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବିଗୁଡିକ ମଧ୍ୟରେ ବସ୍ତି ଓ ଅନ୍ୟାନ୍ୟ ଉପଭୋକ୍ତାଙ୍କ ଘରୁ ବଳପୂର୍ବକ ଡିଜିଟାଲ ମିଟର କାଢ଼ି ସ୍ମାଟ ମିଟର ଲଗାଇବା ବନ୍ଦ କରିବା, ଯେଉଁ ଲୋକମାନଙ୍କ ଘରେ ଜବରଦସ୍ତ ସ୍ମାର୍ଟ ମିଟର ଲଗା ଯାଉଛି ତୁରନ୍ତ ତାକୁ ବଦଳାଇବା, ସମସ୍ତ ଗରିବ ଲୋକଙ୍କୁ ବିନା ସିକୁ୍ୟରିଟି ଡିପୋଜିଟ ଓ ବିନା କଟକଣାରେ ବିଦୁ୍ୟତ ସଂଯୋଗ ଦେବା, ସୌଭାଗ୍ୟ ଯୋଜନାରେ ବିଦୁ୍ୟତ ସଂଯୋଗ ଥିବା ବସ୍ତି ଲୋକଙ୍କଠାରୁ ପ୍ରତି ମାସରେ ମିଟର ରିଡ଼ିଂ ଦେୟ ସହ ଏସସିଏଚଇଏମଆଇ ଆଦାୟ ବନ୍ଦ, ମିଟର ବାବଦ ୪୦ ଟଙ୍କା ଆଦାୟ ବନ୍ଦ କରିବା, ପି୍ରପେଡ଼ ସ୍ମାର୍ଟ ମିଟର ବାତିଲ କରିବା, ଦିନର ବିଭିନ୍ନ ସମୟ ପାଇଁ ଭିନ୍ନ ଭିନ୍ନ ଶୁକ୍ଳ ବାତିଲ କରିବା, ୩୦୦ୟୁନିଟ ପର୍ଯ୍ୟନ୍ତ ବିଦୁ୍ୟତ ଶୁକ୍ଳ ଛାଡ଼ କରିବା, ବିଦୁ୍ୟତ ଶୁକ୍ଳ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କରିବା, ସମଗ୍ର ବିଦୁ୍ୟତ କ୍ଷେତ୍ରକୁ ସରକାର ହାତକୁ ନେବା ଆଦି ପ୍ରମୁଖ ଦାବି ଦାବିପତ୍ରରେ ଉଲ୍ଲେଖ ରହିଛି । ଦାବି ପୂରଣ ନ ହେଲେ ବିଦୁ୍ୟତ୍ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।  ଏହି ଗଣବିକ୍ଷୋଭରେ ବିଦୁ୍ୟତ୍ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ଖଗେଶ୍ୱର ସେଠୀ, ରାଜ କିଶୋର ମଲିକ, ବସନ୍ତ ନାୟକ, ସୋଭାଗ୍ୟ ସାମଲ, ଦୀପକ ଦାସ, ଅଜୟ ରାଉଳ, ପ୍ରତାପ ମିଶ୍ର, ସୁକାନ୍ତ ନାୟକ, ବ୍ରଜବନ୍ଧୁ ପୃଷ୍ଟି, ଈଶ୍ୱର ଚନ୍ଦ୍ର ପଣ୍ଡା, ପ୍ରମୋଦ ମୁଖୀ, ଶୋଭା ଦେଉରୀ, ସିପ୍ରା ମହାନ୍ତି, ଝରଣା ଦାସ, ଉଦୟ ଟୁଳୁ, ଲକ୍ଷ୍ମୀ ସିଂହ, ଶିବ ବେହେରା, ଟୁନି ମହାକୁଡ଼ ଓ ସାବିତ୍ରୀ ହେମରମ ପ୍ରମୁଖ ନେତୃତ୍ୱ ନେଇଥିଲେ ।