ବିଦୁ୍ୟତ ଆଘାତରେ ୪ ମଇଁଷି ମୃତ
ନାଉଗାଁ : ନାଉଗାଁ ବ୍ଲକ ସ୍ଥିତ ଗଜରାଜପୁର ପଞ୍ଚାୟତ ମଠସାହି ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ମାଧ ଦାସ ମଇଁଷି ପାଳିକି ନିଜର ଜୀବନ ଜୀବିକା ନିର୍ବାହ କରିଆସୁଥିଲେ । ୨୦ ତାରିଖ ସନ୍ଧ୍ୟା ସମୟରେ ମଇଁଷି ଚରାଇ ଘରକୁ ଫେରୁଥିବା ସମୟରେ ଏକ ଏଲ୍.ଆଇ ପଏଣ୍ଟ ନିକଟରେ ଥିବା ଖୋଲା ପଡିଥିବା ବିଦୁ୍ୟତ ସବ୍ ସେଣ୍ଟର ନିକଟରେ ବିଦୁ୍ୟତ ଆଘାତ ଲାଗି ଚାରିଟି ମଇଁଷି ବିଦୁ୍ୟତ ଆଘାତରେ ମୃତୁ୍ୟ ବରଣ କରିଛନ୍ତି । ମୃତ ଘଟିଥିବା ମଇଁଷିର ମୂଲ୍ୟ ଚାରିଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେଇଥିବାର ଅନୁମାନ କରାଯାଉଛି । ମଇଁଷି ପାଳିଥିବା ମାଧ ଦାସଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ସମାଜସେବୀ ମନୋଜ ଦାସ ଦାବି କରିଛନ୍ତି । ଘଟଣା ସ୍ଥଳରେ ଆର୍.ଆଇ ଓ ରାଜସ୍ୱ ବିଭାଗର ଅଧିକାରୀ ମାନେ ପହଞ୍ଚିଛନ୍ତି ।