ସାଲେପୁରକୁ ମିଳିଲା ଏନ୍ଏସି ମାନ୍ୟତା : ଉଭୟ ବିଜେପି ଓ ବିଜେଡିର ବିଜୟ ଶୋଭାଯାତ୍ରା
ସାଲେପୁର : ସାଲେପୁର ସହରକୁ ମୁଖ୍ୟମନ୍ତ୍ରୀ ଏନ୍ଏସି ଘୋଷଣା କରିବା ପରେ ପୃଥକ୍ ପୃଥକ୍ ଭାବେ ବିଜେପି ଓ ବିଜେଡି ସାଲେପୁର ଅଞ୍ଚଳରେ ବିଜୟ ଉତ୍ସବ ପାଳନ କରିବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ବିଜେପି ନେତା ଅରିନ୍ଦମ ରାୟ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବାଜା ବାଣ ଫୁଟାଇ ଶିଶୁଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସାଲେପୁର ସହରାଞ୍ଚଳ ପରିକ୍ରମା କରିଥିଲେ । ସାଲେପୁର ବିକାଶ ପାଇଁ ମୁଁ ସବୁବେଳେ ସବୁ ସମୟରେ କାର୍ଯ୍ୟ କରିବି । ସାଲେପୁର ସହର ଦୀର୍ଘ ବର୍ଷ ପୂର୍ବରୁ ଏନ୍ଏସି ମାନ୍ୟତା ପାଇବାର କଥା କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ସାଲେପୁରକୁ ଏନ୍ଏସି ମାନ୍ୟତା ପାଇବାରୁ ବଞ୍ôଚତ ରହିଥିଲା । ଏ ସଂପର୍କରେ ମୁଁ ଜାଣିବାପରେ ନଗର ଉନ୍ନୟନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତ ତଥ୍ୟ ଯୋଗାଇ ଦେବା ପରେ ସାଲେପୁର ଏନ୍ଏସି ମାନ୍ୟତା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି । ଏଣୁ ମୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଅଙ୍କୁ କୃତଜ୍ଞତା ଜଣାଇବା ସହ ସାଲେପୁରବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଅପରପକ୍ଷରେ ପରବର୍ତ୍ତୀ ପର୍ଯ୍ୟାୟରେ ସାଲେପୁରକୁ ସବ୍ଡିଭିଜନ୍ ମାନ୍ୟତା ପାଇଁ ତାଙ୍କର ଲଢେ଼ଇ ଜାରି ରହିବ ବୋଲି ପ୍ରତିକ୍ରିୟାରେ ଶ୍ରୀ ରାୟ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ଚନ୍ଦ୍ରାଦେଇପୁର ସରପଞ୍ଚ ରଶ୍ମିତା ଦାସ, ବିଜେପି କିଷାନ୍ ମୋର୍ଚ୍ଚା ରାଜ୍ୟ ଉପସଭାପତି ସତ୍ୟବାଦୀ ଚଇନି, ଆତ୍ମା ସଭାପତି ରମେଶ ଚନ୍ଦ୍ର ନାୟକ, ସତ୍ୟଶିବସୁନ୍ଦର କର, ଯଶୋବନ୍ତ ରାଉତ, ଚିତ୍ତରଞ୍ଜନ ଶତପଥି, ମିହିର କୁମାର ଜେନା, ସନ୍ତୋଷ ଭୂୟାଁ, ମୁନା ଜେନା, ସୁନୀଲ କୁମାର ମହାପାତ୍ର, ମହେଶ୍ୱର ମଲ୍ଲିକ, ବେଣୁଧର ପ୍ରଧାନ, ବିଶ୍ୱଜିତ୍ ଷଡ଼ଙ୍ଗୀଙ୍କ ସମେତ ଶତାଧିକ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । ଅପର ପକ୍ଷରେ ସାଲେପୁର ବିଜେଡିର ଆଗ ଧାଡ଼ିର ନେତା ଓ କର୍ମୀମାନେ ବହୁ ସଂଖ୍ୟାରେ ଶୋଭାଯାତ୍ରାରେ ଆସି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବାଣ ଫୁଟାଇ ଏନ୍ଏସି ଘୋଷଣାକୁ ସ୍ୱାଗତ କରିଥିଲେ । କିନ୍ତୁ ଏହି ଉତ୍ସବରେ ସାଲେପୁର ବିଧାୟକ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ଉଦ୍ୟମ ଯୋଗୁ ଦୀର୍ଘବର୍ଷର ସ୍ୱପ୍ନକୁ ସାକାର କରିବାକୁ ସରକାର ବାଧ୍ୟ ହେଲେ ବୋଲି ବିଜେଡି ନେତା ଚିତ୍ତରଂଜନ ମହାନ୍ତି, ଗୁଲରେଜ ଅଲି, ବାଲିସାହି ସରପଞ୍ଚ ପବିତ୍ର ସାମଲ, ଅଶ୍ୱିନୀ କୁମାର ଦାସ, ସୌମ୍ୟରଂଜନ ମଲ୍ଲ, ସମିତିସଭ୍ୟା ପ୍ରତିନିଧି ବିନୋଦ ମଲ୍ଲିକ, ସାଲେପୁର ବଜାର କମିଟି ସଭାପତି ନବକିଶୋର କର, ଯୁବନେତା ନନ୍ଦ କିଶୋର ଭୂୟାଁ, ବିରଞ୍ôଚନାରାୟଣ ପତି, ଯୁବନେତା ରାଜେଶ ମହାନ୍ତି, ଦିଲ୍ଲୀପ ମଲ୍ଲିକ, ଅନନ୍ତ ମଲ୍ଲିକ, ବିଶ୍ୱଜିତ୍ ଦାଶ, ଇମ୍ତିୟାଜ ଅଲ୍ଲୀ, କେଦାର କାଣ୍ଡି, ରେହାନ୍ ବକ୍ସ, ମିର୍ଜା ୟାସିନ୍ ବେଗ, ମସିଉର ରହେମାନ୍, ରାଜେଶ ଦାଶ, ବଳରାମ ବେହେରା, ଅଭିଷେକ ଦାସ, ଦିଲୀପ ସ୍ୱାଇଁ, ପର୍ଶୁରାମ ଦୀକ୍ଷିତ ପ୍ରମୁଖ ସାମିଲ ହୋଇ ବିଜୟ ଉତ୍ସବ ପାଳନ କରିଥିଲେ । ସେହିପରି ଏହି ଏନ୍ଏସି ମାନ୍ୟତା ରାଜ୍ୟ ସରକାର ପ୍ରଦାନ କରିଥିବାରୁ ସାଲେପୁର-ଟାଙ୍ଗୀ ବିକାଶ ମଞ୍ଚର ସଭାପତି ବିଶେଶ୍ୱର ସ୍ୱାଇଁ ସାଲେପୁର ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତ କରି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ, ନଗରଉନ୍ନୟନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ ।