ବିଦ୍ୟାପୀଠର ବାର୍ଷିକ ଉତ୍ସବ
ତିହିଡି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟ ପୁରୁଣା ବଜାରସ୍ଥିତ ବୈଷ୍ଣବାନନ୍ଦ ଉଚ୍ଚ ବିଦ୍ୟାପୀଠର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିସହ ପ୍ରତିଷ୍ଠାତାଙ୍କ ପିତା ସ୍ୱର୍ଗତଃ ବୈଷ୍ଣବାନନ୍ଦଙ୍କ ୧୩୦ତମ ଜୟନ୍ତୀ ମଧ୍ୟ ପାଳିତ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୁ୍ୟତ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ପାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡ. ଲକ୍ଷ୍ମୀଧର ତି୍ରପାଠୀ, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ବିଭୂତି ଭୂଷଣ ସେନାପତି, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶଲ୍ୟ ଚିକିତ୍ସକ ବିଚିତ୍ରାନନ୍ଦ ମିଶ୍ର, ସରପଞ୍ଚ ଅଜୟ କୁମାର ମହାନ୍ତି, ବିଜୟ କେତନ ମହାନ୍ତି, ପୂର୍ବତନ ସମିତି ସଭ୍ୟ ପ୍ରଫୁଲ କୁମାର ପାଢ଼ୀ, ପଞ୍ଚସଖା ଶିକ୍ଷାସେତୁର ସଭାପତି ବୈଜୟନ୍ତ ପାଢ଼ୀ ଓ ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ପାଇଥିବା ଚିନ୍ମୟୀ ରାଉତ, ରୌଶାନ ସୁଲତାନା, ଅଜୟ ହେମ୍ବ୍ରମ, ଅବିନାଶ ପାଢ଼ୀ, ଆରତୀ ମାଝୀ, ପ୍ରୀତିଲତା ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ନିକଟରେ ଅବସର ନେଇଥିବା ଶିକ୍ଷା କର୍ମଚାରୀ ମଦନ ମୋହନ ବେହେରା ଓ ଲୋକନାଥ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ବଳ, ଅରୁଣ କୁମାର ମହାନ୍ତି, ଶିକ୍ଷା କର୍ମଚାରୀ ବିପିନ ବିହାରୀ ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।