ବିଦ୍ୟାଳୟରେ ବିବାହ ଭୋଜି,ତଦନ୍ତ ନିଦେ୍ର୍ଦଶ


ାା ପ୍ରଭାନୁ୍ୟଜ୍ ।ା ଭଣ୍ଡାରିପୋଖରୀ :ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନ ବନ୍ଦାଳୋ-ମଢିଆଳି ପଞ୍ଚାୟତର ବଳିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ସୁବର୍ଣ୍ଣମୁଖି ଉପ୍ରା ବିଦ୍ୟାଳୟରେ ରବିବାର ଘରୋଇ ବିବାହ ଉସôବ ଅନୁମତି ଦେଇ ପ୍ରଧାନଶିକ୍ଷକ ଅଡୁଆରେ ପଡ଼ିଛନ୍ତି । ଏଥିପାଇଁ ପ୍ରଧାନଶିକ୍ଷକଙ୍କ ବିରୋଧରେ ସିଆସିସିଙ୍କ ଠାରୁ ତଦନ୍ତ ରିପୋର୍ଟ ଲୋଡିଛନ୍ତି ବ୍ଲକ ଶିକ୍ଷାଧିକାରୀ । ସଂପୃକ୍ତ ପଞ୍ଚାୟତ ଅନ୍ତର୍ଗତ ଖପୁରିଆପଦା ଗ୍ରାମର ଜନୈକ ବ୍ୟକ୍ତିର ପୁଅ ବିଭାଘର ରବିବାର ହୋଇଥିଲା । କନିଆର ମାମୁଁ ଘର ବଳିପୁର ଗ୍ରାମରେ ହୋଇଥିବାରୁ ବର ବଳିପୁର ଗ୍ରାମକୁ ଆସିଥିଲା । ରବିବାର ଛୁଟି ଥିବାରୁ ବିଦ୍ୟାଳୟ ଉଭୟ ଫାଟକ ଓ ଶ୍ରେଣୀଗୃହ ଚାବିକାଠି ନେଇ ବିବାହ ବେଦୀ ସହ ଭୋଜିଭାତ ରାତି ତମାମ ଅନୁଷ୍ଠିତ ହୋଇଥିଲା । ସକାଳୁ ବର କନିଆ ବିଦା ହେବା ପରେ କୁଢ କୁଢ ଅଳିଆ ଆବର୍ଜ୍ଜନା ଜମା ହୋଇଥିଲା । ଏହି ଘଟଣା ଲୋକଙ୍କ ଦୃଷ୍ଟିକୁ ଆସିବା ପରେ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଏଥିନେଇ ଅଭିଯୋଗ ହୋଇଥିଲା । ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ମତରଖି ବିଇଓ ଅଧିର କୁମାର ତରାଇ ସାତଶୋଳା ଶିକ୍ଷା ସଂଯୋଜକଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ବିଦ୍ୟାଳୟ ଫାଟକ କାଠି ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତିଙ୍କ ପାଖରେ ରହୁଥିବାରୁ ଗ୍ରାମବାସୀମାନେ ବିଭାଘର ପାଇଁ ନେଇ ଥାଇ ପାରନ୍ତି ବୋଲି ସଂପୃକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ ପ୍ରକାଶ କରିଛନ୍ତି । କିନ୍ତୁ ବିଭାଘରରେ ବିଦ୍ୟାଳୟ ଶ୍ରେଣୀ କୋଠରୀ ବ୍ୟବହାର ହୋଇଥିବାରୁ ଏହାର ଚାବିକାଠି ପ୍ରଧାନଶିକ୍ଷକ ବିନା ଅନୁମତିରେ କପରି ହସ୍ତାନ୍ତର କଲେ ବୋଲି ଅଭିଯୋଗକାରୀ ପ୍ରଶ୍ନ ଉଠାଇଛନ୍ତି । ସୋମବାର ବାହୁଡା ଛୁଟି ଥିବାରୁ ମଙ୍ଗଳବାର ବିଦ୍ୟାଳୟକୁ ଯାଇ ତଦନ୍ତ କରିବେ ବୋଲି ଶିକ୍ଷାସଂଯୋଜିକା କୁସୁମଲତା ମହାପାତ୍ର ସୂଚନା ଦେଇଛନ୍ତି ।