ବିଧାୟକଙ୍କୁ  ଟ୍ରାକ୍ଟର ମାଲିକ ସଂଘର ଦାବିପତ୍ର

ବଲାଙ୍ଗିର: ବିଧାୟକ ବଲାଙ୍ଗିର କଳିକେଶ ନାରାୟଣ ସିଂଦେଓଙ୍କୁ ସଂଘର ଉପଦେଷ୍ଟା ମିଟୁଆ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଟ୍ରାକ୍ଟର ଚଳାଚଳ ଉପରେ ହେଉଥିôବା କଠୋର ଦଣ୍ଡବିଧାନ ଉପରେ ଏକ ଦାବିପତ୍ର ଦିଆଯାଇଥିଲା । ସଂଘର ଦାବିକୁ ଆଲୋଚନା ମାଧ୍ୟମରେ ହୃଦୟଙ୍ଗମ କରି ଆଗାମୀ ବିଧାନସଭା ଗୃହରେ ଆଲୋଚନା କରିବାକୁ ସହମତି ପ୍ରକାଶ କଲେ ଏବଂ ବଲାଙ୍ଗିର ସହରରେ ଯେମିତି ଅବାଧରେ ଟ୍ରାକ୍ଟରମାନଙ୍କର ରୋଜଗାର ହୋଇପାରିବ ସେଥିପାଇଁ ପ୍ରଶାସନଙ୍କ ଠାରେ ଆଲୋଚନାର ପ୍ରତିଶ୍ରୁତି ଦେଇଥିଲେ । ଟ୍ରାକ୍ଟର ମାଲିକମାନଙ୍କ ମଧ୍ୟରେ ବୁଲୁ ଘଡାଇ, ସୀତାରାମ କୁମ୍ଭାର, କୁନୁ ପାତ୍ର, ସତ୍ୟଜିତ ବାବୁ, ଗଙ୍ଗା ମିଶ୍ର, ପ୍ରବୀଣ ତ୍ରିପାଠି, ଜେ.କେ. ସାହୁ, ମନୋଜ ମିଶ୍ର, ସରୋଜ ବାବୁ, ଉଦୟ ଝା, ଚୈତନ୍ୟ ସାହୁ, ପିଣ୍ଟୁ ନାଏକ, ଜିତୁ ଦାଶ, ପ୍ରସନ୍ନ ପ୍ରଧାନ, ବିଘ୍ନେଶ୍ୱର ସୁନା ଇତ୍ୟାଦି ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।