ବିନା ସୂଚନା ଫଳକରେ କୋଠା ନିର୍ମାଣ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ବିଲକ୍ଷବାଡ଼ି ପଞ୍ଚାୟତ ପାହାଡ଼ ନିକଟରେ ବହୁଦିନ ଧରି ଚାଲିଥିବା କୋଟି କୋଟି ଟଙ୍କାର କୋଠା ନିର୍ମାଣ ବର୍ତ୍ତମାନ ୫ଟି କୋଠା ନିର୍ମାଣ ସମ୍ପୂର୍ଣ୍ଣ ହେବାପରେ ବର୍ତ୍ତମାନ ରଙ୍ଗମରା କାର୍ଯ୍ୟ ମଧ୍ୟ ଚାଲିଛି । ଏନେଇ ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣଙ୍କ ମନରେ ମଧ୍ୟ ଆଲୋଚନା ହେଉଛି ଏହି ବିରାଟ ଛଅ ଛଅଟି କୋଠା ନିର୍ମାଣ ହେଉଛି କିନ୍ତୁ କଣ ପ୍ରକଳ୍ପ ହେବ ନା ସରକାରୀ କାର୍ଯ୍ୟାଳୟ । କିନ୍ତୁ ଶୁଣିବାକୁ ମିଳୁଛି ଏଠାରେ ଏକ ଜିଲ୍ଲା ମଙ୍ଗଳ ବିଭାଗର ହାଇସ୍କୁଲ୍ କୋଠା ନିର୍ମାଣ କରାଯାଉଛି । ହେଲେ ଏହି ସରକାରୀ ନିର୍ମାଣ କାର୍ଯ୍ୟର ଦାୟିତ୍ୱ କିଏ ନେଇଛି କିମ୍ବା କେଉଁ ବିଭାଗ ନିର୍ମାଣ କରୁଛି ତାହା ସ୍ପଷ୍ଟ ହେଉନାହିଁ । ସରକାରଙ୍କ କୌଣସି ପ୍ରକଳ୍ପ ନିର୍ମାଣ କରିବା ପୂର୍ବରୁ ଜନ ସାଧାରଣଙ୍କ ଜାଣିବା ପାଇଁ ବ୍ୟୟ ଅଟକଳ ଏବଂ ନିର୍ମାଣକାରୀ ସଂସ୍ଥାର ସୂଚନା ଫଳକ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହି କୋଠା ନିର୍ମାଣ କରୁଥିବା ବିଭାଗ ତରଫରୁ କୌଣସି ସୂଚନା ଫଳକ ଲଗାଯାଇନାହିଁ । ଫଳରେ ଜନ ସାଧାରଣ କାହିଁକି କୋଠା ନିର୍ମାଣ ହେଉଛି କିମ୍ବା କେତେ ଟଙ୍କାରେ କିଏ ନିର୍ମାଣ କରୁଛି ତାହା ଜାଣିପାରୁ ନଥିବା ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ତେଣୁ କୋଠା ନିର୍ମାଣ ହେଉଥିବା ବିଭାଗ ପକ୍ଷରୁ ତୁରନ୍ତ ସୂଚନା ଫଳକ ଲଗାଇବାକୁ ଜନସାଧାରଣ ଦାବି ହୋଇଛି । ଅନ୍ୟ ଦିଗରେ ଦେଖିବାକୁ ଗଲେ ବିଲାବାଡ଼ି ପଞ୍ଚାୟତ ଏକ ଉପାନ୍ତ ଅଞ୍ଚଳ ଘଞ୍ଚ ଜଙ୍ଗଲ ମଧ୍ୟଭାଗରେ ବିଲବାଡ଼ି ପଞ୍ଚାୟତ ସଦମହକୁମାରେ ଏଭଳି ବଡ ବଡ କୋଠା ନିର୍ମାାଧୀନ କାର୍ଯ୍ୟ ଦେଖି ପଞ୍ଚାୟତ ବାସୀଙ୍କ ମନରେ ପ୍ରଶ୍ନ ଉଠୁଛି । ଉପାନ୍ତ ଆଞ୍ଚଳ ହେଇଥିବାରୁ ଏହାର ସୁଯୋଗ ନେଇ ବିଭାଗୀୟ ପଦକ୍ଷ ଅଧିକାରୀ କିମ୍ବା ବିଭାଗୀୟ ଯନ୍ତ୍ରୀ ସହକାରୀ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ରହି କୋଠା ନିର୍ମାଣ କାର୍ଯ୍ୟ ତଦାରଖ କରୁନଥିବା ଅନୁମେୟ ହେଉଛି । ଏହାର ଫାଇଦା ଠିକାଦାର ନେଉଥିବା ଭଳି କାର୍ଯ୍ୟ ଚାଳିଛି । ବିଭାଗୀୟ ଯନ୍ତ୍ରୀ ଏବଂ ନିର୍ମାଣ କାରି ସଂସ୍ଥା ମଧୁଚନ୍ଦ୍ରିକରେ ଚାଲିଥିବ କୋଠା ନିର୍ମାଣ କାର୍ଯ୍ୟରେ ଠିକାଦାର ନିଜର ମନ ମୁତାବକ ନିମ୍ନ ମାନର ସିମେଣ୍ଟ ଇଟା ସହ ନିମ୍ନ ମାନର ଶ୍ରୀ ନାମକ ସିମେଣ୍ଟ ମଧ୍ୟ ବ୍ୟବହାର କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀମାନେ ନିବେଦନ କରିଛନ୍ତି ।