ବିନ୍ଦୁ ମହାନନ୍ଦଙ୍କୁ ସର୍ବଶ୍ରେଷ୍ଠ ବ୍ଲକ ଅଧ୍ୟକ୍ଷ ପୁରସ୍କାର

 ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ସର୍ବଶ୍ରେଷ୍ଠ ବ୍ଲକ ଅଧ୍ୟକ୍ଷ ଭାବେ ପୁରସ୍କୃତ କରାଯାଇଛି । ଭୁବନେଶ୍ୱର ସ୍ଥିତ ଉକ୍ରଳ ମଣ୍ଡପରେ ଆୟୋଜିତ ‘ଆମ ଗାଁ ରଜ’ କାର୍ଯ୍ୟକ୍ରମ ରେ ଏହି ପୁରସ୍କାର ଦିଆଯାଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଯାଜପୁର ସାଂସଦ, ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦ କନକ ନୁ୍ୟଜ ଫାଉଣ୍ଡର ସୌମ୍ୟ ରଞ୍ଜନ ପଟ୍ଟନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ,ସାନଖେମୁଣ୍ଡି ବିଧାୟକ ରମେଶ ଜେନା,ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର,ପୂର୍ବତନ ବିଧାୟକ ସୁର ରାଉତ ରାୟ, ଫୋକସ ପ୍ଲସ ଫାଉଣ୍ଡର ସୁଧାଂଶୁ ରାଉତ ପ୍ରମୁଖ ଙ୍କ ଉପସ୍ଥିତି ରେ ଶ୍ରୀ ମହାନନ୍ଦ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ତେବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ସଦାସର୍ବଦା ନିଷ୍ଠା ଓ ସେବା ମନ ବୃତ୍ତି ନେଇ ସାଧାରଣ ଜନତାଙ୍କ ଆସ୍ଥା ଭାଜନ ହେବାରେ ଚର୍ଚ୍ଚା ପରିସର କୁ ଆସିଛନ୍ତି ।ସେ ସରକାରୀ ଯୋଜନା ହେଉ ଅବା ଲୋକ ଙ୍କ ବିଭିନ୍ନ ଅଭିଯୋଗ  ଉପରେ ଗୁରୁତ୍ୱ ଦେଇ ତକôାଳୀନ ସେବା ଯୋଗାଇ ଦେବାରେ ରାଜ୍ୟ ର ପ୍ରଥମ ବ୍ଲକ ଅଧ୍ୟକ୍ଷ ଭାବେ ପରିଗଣିତ ହୋଇପାରିଛନ୍ତି । ଏପରିକି ଶ୍ରେଷ୍ଠ ବ୍ଲକ ଅଧ୍ୟକ୍ଷ ପୁରସ୍କାର ଶ୍ରୀ ମହାନନ୍ଦ ଙ୍କୁ ବିବେଚିତ କରିଥିବା  ଆୟୋଜକ କାର୍ଯ୍ୟକ୍ରମ କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।