ବିପଦସଂକୁଳ ଅବସ୍ଥାରେ ବିଦୁ୍ୟତ ଖୁଣ୍ଟ
ଗୋଲାମୁଣ୍ଡା: ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗ୍ରାମର ବଜାର ପଡିଆ ଠାରୁ ଦାସପଡା ଯାଉଥିବା ରାସ୍ତାରେ ଏକ ବିଦୁ୍ୟତ୍ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ରହିଛି । ଦୀର୍ଘ ତିନିମାସ ଧରି ଏପରି ଅବସ୍ଥାରେ ଠିଆ ହୋଇ ରହିଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି । ଏ ନେଇ ଗ୍ରାମର ଲୋକେ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ନରହରି ବାଗ ଅନେକ ଥର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଠାରୁ ସହକାରୀ ଯନ୍ତ୍ରୀ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ବିଦୁ୍ୟତ ବିଭାଗର ନୀରବଦ୍ରଷ୍ଟାକୁ ନେଇ କାଳେ କୌଣସି ଦୁର୍ଘଟଣା ଘଟେ ଦାୟୀ ରହିବେ କିଏ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ବି ଖମାରିଙ୍କୁ ଫୋନ କଲେ ଦିନେ ଦୁଇଦିନ ଭିତରେ ନୂତନ ବିଦୁ୍ୟତ ଖୁଣ୍ଟ ଲାଗିଯିବ ବୋଲି କହୁଥିବାବେଳେ ଆଜକୁ ମାସେ ପୁରିଲାଣି, ହେଲେ ଏ ପର୍ଯ୍ୟନ୍ତ ଲାଗିପାରୁନାହିଁ । ତେଣୁ କଳାହାଣ୍ଡି ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚପ୍ରିଆ ଗ୍ରାମ ପକ୍ଷରୁ ଚୈତନ୍ୟ ରଣା, ହୂରଦାନନ୍ଦ ଗହୀର, ଶାନ୍ତନୁ କୁମାର ଗହୀର, ଦେବେନ୍ଦ୍ର ଦାସ, ଭଗ୍ୟଧର ସାହୁ, ଲମ୍ବୋଦର ଗହୀର ପ୍ରମୁଖ ଦାବି କରିଛନ୍ତି ।